ଅପହୃତ ଭାରତୀୟ ଯନ୍ତ୍ରୀଙ୍କ ଉଦ୍ଧାର ପାଇଁ ସୁଷମାଙ୍କ ଅନୁରୋଧ

0

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ୍‍ ବନ୍ଧୁକଧାରୀମାନେ ଅପହରଣ କରି ନେଇଥିବା ଭାରତୀୟ ଯନ୍ତ୍ରୀଙ୍କ ଉଦ୍ଧାର ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏ ନେଇ ଆଫଗାନିସ୍ଥାନ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଆଫଗାନିସ୍ତାନର ଉତ୍ତର ବାଘଲାନ ପ୍ରଦେଶରୁ ତାଲିବାନ୍‍ ବନ୍ଧୁକଧାରୀମାନେ ଅପହରଣ କରି ନେଇଥିବା ୭ ଜଣ ଭାରତୀୟ ଯନ୍ତ୍ରୀଙ୍କୁ ଉଦ୍ଧାର କରିବା ପାଇଁ  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଫଗାନିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀମତୀ ସ୍ୱରାଜ ଆଫଗାନିସ୍ଥାନର ପ୍ରତିପକ୍ଷ ସଲାଉଦ୍ଦିନୀ ରବାନୀଙ୍କ ସହିତ ଟେଲିଫୋନ୍‍ ଯୋଗେ  କଥା ହୋଇ ଏ ପ୍ରସଙ୍ଗରେ ଉଦ୍‍ବେଗ ପ୍ରକାଶ କରିଛନ୍ତି ।  ଅନ୍ୟପକ୍ଷରେ  ସେଠାକାର ନିରାପତ୍ତା ବାହିନୀ ଅଧିକାରୀମାନେ ସ୍ଥାନୀୟ ଆଦିବାସୀ ମୁଖିଆମାନଙ୍କ ସହ ମିଶି  ଅପହୃତ ଇଞ୍ଜିନିୟରମାନଙ୍କ ଉଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଉଥିବା  କୁହାଯାଇଛି ।

Leave A Reply