ଆଇପିଏଲ୍  ୨୦୧୮ : ରାଜସ୍ଥାନ  ଏବଂ ଚେନ୍ନଇ ମଧ୍ୟରେ ମୁକାବିଲା

0

ଜୟପୁର : ଆଇପିଏଲ୍  କ୍ରିକେଟର ୧୧ତମ ସଂସ୍କରଣରେ ଆଜି  ୪୩ତମ ମ୍ୟାଚ  ଅନୁଷ୍ଠିତ ହେବ।  ଜୟପୁରରେ ରାଜସ୍ଥାନ ରୟାଲସ ଏବଂ ଚେନ୍ନଇ ସୁପର କିଙ୍ଗସ୍ ମଧ୍ୟରେ ଏହି ମ୍ୟାଚ ଖେଳାଯିବ ।

ଶୁକ୍ରବାର ସୁଦ୍ଧା ରାଜସ୍ଥାନ ରୟାଲସ୍ ୧୦ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୬ଟି ପରାଜୟ ସହିତ ୮ପଏଣ୍ଟ ପାଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ଥିବାବେଳେ ଚେନ୍ନଇ ସୁପର କିଙ୍ଗସ୍ ୧୦ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୩ଟି ପରାଜୟ ସହିତ ୧୪ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ଗୁରୁବାର ଅନୁଷ୍ଠିତ ମ୍ୟାଚରେ ସନରାଇଜର୍ସ ହାଇଦରାବାଦ ବିଜୟୀ ହୋଇ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିଛି। ସନରାଇଜର୍ସ ହାଇଦରାବାଦ ମୋଟ୍ ୧୧ଟି ମ୍ୟାଚ ଖେଳି ୯ଟି ବିଜୟ ଓ ୨ଟି ପରାଜୟ ସହିତ ୧୮ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି।

ସେହିପରି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୧୦ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୪ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ରହିଛି। ମୁମ୍ବଇ ଇଣ୍ଡିଆନ୍ସ  ୧୧ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୬ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି । ତେବେ କଲକାତା ନାଇଟ ରାଇଡର୍ସ ୧୧ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୬ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୫ମ ସ୍ଥାନରେ ରହିଛି।

ଅନ୍ୟ ପକ୍ଷରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୦ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୭ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୭ମ ସ୍ଥାନରେ ରହିଛି । ଦିଲ୍ଲୀ ଡେୟାର ଡେଭିଲସ୍ ଗୁରୁବାର ହାଇଦରାବାଦ ଠାରୁ ପରାସ୍ତ ହେବା ପରେ ୧୧ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୮ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି।

Leave A Reply