ଆଇପିଏଲ୍ – ୨୦୧୮ :  କଲକାତା ଓ ମୁମ୍ବଇ ମଧ୍ୟରେ ମୁକାବିଲା

0

କଲକାତା : ଆଇପିଏଲ୍ କ୍ରିକେଟର ୧୧ ତମ ସଂସ୍କରଣରେ ବୁଧବାର ସୁଦ୍ଧା ୪୦ଟି ମ୍ୟାଚ ଅନୁଷ୍ଠିତ  ହୋଇଯାଇଛି ଏବଂ ଦୀର୍ଘ ଏକମାସରୁ ଅଧିକ ସମୟ ଧରି ଖେଳ ଚାଲିଥିଲେ ମଧ୍ୟ ଏହା ଧିରେ ଧିରେ ବେଶ ରୋମାଞ୍ଚକର ହୋଇ ଉଠିଛି । ଆଜି ରାତି ୮ଟାରେ କଲକାତା ନାଇଟ ରାଇଡର୍ସ ଏବଂ  ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ତେବେ ବର୍ତ୍ତମାନ ସୁଦ୍ଧା କଲକାତା ନାଇଟ ରାଇଡର୍ସ ୧୦ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୫ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୪ର୍ଥ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ମୁମ୍ବଇ ଇଣ୍ଡିଆନ୍ସ  ସେହି ୧୦ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୬ଟି ପରାଜୟ ସହିତ ୮ ପଏଣ୍ଟ ପାଇ ୫ମ ସ୍ଥାନରେ ରହିଛି ।

ତେବେ ସନରାଇଜର୍ସ ହାଇଦରାବାଦ ଏବେ ମଧ୍ୟ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ନିଜର ସ୍ଥିତି ବଜାୟ ରଖିଛି । ହାଇଦରାବାଦ ମୋଟ ୧୦ଟି ମ୍ୟାଚ ଖେଳି ୮ଟି ବିଜୟ ଓ ୨ଟି ପରାଜୟ ସହିତ ୧୬ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ସେହିପରି ଚେନ୍ନଇ ୧୦ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୩ଟି ପରାଜୟ ସହିତ ୧୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ସେହି ୧୦ଟି ମ୍ୟାଚ ଖେଳି କିଙ୍ଗସ୍ ଇଲେଭେନ୍ ପଞ୍ଜାବ ୬ଟି ବିଜୟ ଓ ୪ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ରହିଛି।

ଅପର ପକ୍ଷରେ ରାଜସ୍ଥାନ ରୟାଲସ ୧୦ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୬ଟି ପରାଜୟ ସହିତ ୮ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୦ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୭ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୭ମ ସ୍ଥାନରେ ରହିଛି। ଦିଲ୍ଲୀ ଡେୟାର ଡେଭିଲସ ୧୦ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୭ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି।

ପ୍ରତ୍ୟେକ ଦଳ ୧୦ଟି ଲେଖାଁଏ ମ୍ୟାଚ ଖେଳି ସାରିଥିବା ବେଳେ ହାଇଦରାବାଦ, ଚେନ୍ନଇ, ପଞ୍ଜାବ ଓ କଲକାତା ପ୍ରଥମ ଚାରୋଟି ସ୍ଥାନରେ ରହିଛନ୍ତି।

Leave A Reply