www.samajalive.in
Sunday, December 7, 2025
23.1 C
Bhubaneswar

ଶବ ନେଲାନି ଜନ୍ମକଲା ପୁଅ, ବିଙ୍ଗହ୍ୟୁମାନ କର୍ମକର୍ତ୍ତା ଗାଁରେ କଲେ ସତ୍କାର 

ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ)ରେ ଅସହାୟ ଶବକୁ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ। ତିନି ଦିନ ପୂର୍ବରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନଅଗାଁ(ଖ)ର ନିତ୍ୟାନନ୍ଦ ଦାସଙ୍କ ସୋମବାର ମୃତ୍ୟୁ ହୋଇଥିଲା। ସମ୍ପର୍କୀୟ କେହି ନ ଆସିବାରୁ ତାଙ୍କ ମରଶରୀରକୁ ସ୍ୱେଚ୍ଚାସେବୀ ସଙ୍ଗଠନ ପକ୍ଷରୁ ସତ୍କାର କରାଯାଇଥିଲା।

ସୂଚନା ଅନୁସାରେ, ଗତ ତିନି ଦିନ ପୂର୍ବରୁ ଆଗଲପୁର ବ୍ଲକ ନଅଗାଁ(ଖ)ର ନିତ୍ୟାନନ୍ଦ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କ ସ୍ତ୍ରୀ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଲୋଇସିଂହାରୁ ତାଙ୍କୁ ବଲାଙ୍ଗିର ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏକା ସ୍ତ୍ରୀ ନିତ୍ୟାନନ୍ଦଙ୍କ ପାଖରେ ରହୁଥିବାରୁ ସେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ ସହାୟତା ପାଇଁ ଟୋଲଫ୍ରି ନମ୍ବର ମାଧ୍ୟମରେ ଜଣାଇଥିଲେ। ପରେ ବିଙ୍ଗହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନେ ନିତ୍ୟାନନ୍ଦଙ୍କ ଚିକିତ୍ସା କରାଇଥିଲେ। କିନ୍ତୁ ସୋମବାର ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପୁଅମାନେ ଘରୁ ଅଲଗା ରହୁଥିବାରୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଶବ ନେବା ପାଇଁ କେହି ଆସି ନ ଥିଲେ। ଫଳରେ ଆମ୍ବୁଲାନ୍ସ ବ୍ୟବସ୍ଥା କରି ବିଙ୍ଗହ୍ୟୁମାନ ଫାଉଣ୍ଡେସନର କର୍ମକର୍ତ୍ତାମାନେ ଗାଁକୁ ତାଙ୍କ ଶବ ଆଣିଥିଲେ। ସେଠାରେ ତାଙ୍କ ବଡପୁଅକୁ ବୁଝାଇବାରେ ତାଙ୍କ ସହ ମିଶି ସ୍ୱର୍ଗତ ନିତ୍ୟାନନ୍ଦଙ୍କ ଶବକୁ ସତ୍କାର କରିଥିଲେ।

- Advertisement -

ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକାନନ୍ଦ ପଟେଲ, ବ୍ରଜଗୋପାଲ ସିଂ, ପ୍ରିତମ ବରାଡ, ଦିଲୀପ ଛତ୍ରିଆ, ବାପିନା ମହାରଣା, ଶୁଭ୍ରାନ୍ତ ନନ୍ଦ, ବିଙ୍ଗହ୍ୟୁମାନ ଫାଉଣ୍ଡେସନର ଆଗଲପୁର ଶାଖାର ସଂଯୋଗ ସାହୁ, ବୁଦ୍ଧଦେବ ସାହୁ, ସୁଜିତ କର୍ଣ୍ଣ, ମନୋଜ ସାହୁ ମିଶି ଶବକୁ ସତ୍କାର କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories