www.samajalive.in
Monday, December 15, 2025
26.1 C
Bhubaneswar

ସମ୍ବଲପୁର ଚିଡ଼ିଆଖାନା ‘ରାଣୀ’ର ମୃତ୍ୟୁ 

ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାରେ ଥିବା ୭ ବର୍ଷିୟ କଲରାପତରିଆ ବାଘୁଣୀ ରାଣୀର ବୁଧବାର ରାତିରେ ମୃତ୍ୟୁ ଘଟିଛି। ହୀରାକୁଦ ବନ୍ୟ ପ୍ରାଣୀ ବିଭାଗର ଅଧିକାରୀ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନାନୁଯାୟୀ, ଗତକାଲି ରାଣୀ ଦିନ ତମାମ ସକ୍ରିୟ ରହିଥିବାବେଳେ ସନ୍ଧ୍ୟାରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା। ଚିକିତ୍ସା ସମୟରେ ସେ ବାନ୍ତି କରିବା ସହିତ ପ୍ରଜନନ ଅଙ୍ଗରୁ ପୁଜ ନିର୍ଗତ ହେଉଥିବାର ଲକ୍ଷ୍ୟ କରାଯାଇଥିଲା। ଏଥିପାଇଁ ୩ ପ୍ରକାରର ଇଞ୍ଜେକ୍ସନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ରାତିରେ ରାଣୀର ଶ୍ୱାସକ୍ରିୟାରେ ସମସ୍ୟା ହେବା ସହିତ ତା’ର ମୃତ୍ୟୁ ଘଟିଥିଲା। ମୃତ୍ୟୁ ସମୟରେ ତା’ ପାଟିରୁ ରକ୍ତସ୍ରାବ ମଧ୍ୟ ହୋଇଥିଲା। ଗର୍ଭାଶୟରେ ହୋଇଥିବା ସଂକ୍ରମଣ ଯୋଗୁଁଁ ଶରୀରର ବିଭିନ୍ନ ଅଙ୍ଗ ପ୍ରଭାବିତ ହୋଇ ରାଣୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବାଘୁଣୀର ଗର୍ଭାବସ୍ଥାର ଯାଞ୍ଚ ଚଳିତ ଡିସେମ୍ବର ମାସର ୩ୟ ସପ୍ତାହରେ କରାଯାଇ ଗର୍ଭର ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାର ଥିଲା। କିନ୍ତୁ ତା’ ପୂର୍ବରୁ ବାଘୁଣୀର ମୃତ୍ୟୁ ଘଟିଛି। ଗତ ନଭେମ୍ବର ୨୦୨୩ ମସିହାରେ ୮ ବର୍ଷିୟ ବାଘ, ଯାହାର ନାମ ସମ୍ବଲପୁର ଚିଡିଆଖାନାରେ ରାଜା ଦିଆ ହୋଇଛି, ତାକୁ ନୂଆପଡ଼ା ଜିଲାରେ ୨ ଜଣ ବ୍ୟକ୍ତିଙ୍କୁ ଶିକାର କରିଥିବାବେଳେ ୩ୟ ଶିକାର ସମୟରେ ଧରାଯାଇଥିଲା। ତାକୁ ସମ୍ବଲପୁର ଚିଡିଆଖାନାକୁ ଅଣାଯାଇ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ(ନୂଆଦିଲ୍ଲୀ)ର ଅନୁମତିକ୍ରମେ ୮ ମାସ ସଙ୍ଗରୋଧ କରାଯାଇ ଚିକିତ୍ସା କରାଯାଇଥିଲା। ଏହାପରେ ନଭେମ୍ବର ୨୦୨୪ ମସିହାରେ ଚିଡ଼ିଆଖାନାରେ ବାଘୁଣୀ ରାଣୀ ସହିତ ବାଘ ରାଜାକୁ ଏକତ୍ର ସ୍ୱତନ୍ତ୍ର ଏନକ୍ଲୋଜରରେ ଛଡା ଯାଇଥିଲା। ଏକତ୍ର ଛଡାଯିବା ପରେ ସେମାନଙ୍କର ମିଳନ ହୋଇଥିଲା। ଉଭୟ ବାଘ ଓ ବାଘୁଣୀକୁ ୨୪ ଘଣ୍ଟିଆ ସ୍ୱତନ୍ତ୍ର ଦଳ ଓ ସିସିଟିଭି ମାଧ୍ୟମରେ ନଜର ରଖାଯାଇଥିବାବେଳେ ନିୟମିତ ପଶୁ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଥିଲା। ଏବେ ଚିଡିଆଖାନାରେ ରହିଥିବା ବାଘ ରାଜା ସୁସ୍ଥ ଥିବାବେଳେ ତା’ ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି ବୋଲି ଅଧିକାରୀ ଅଂଶୁପ୍ରଜ୍ଞା ଦାସ କହିଛନ୍ତି। ବାଘୁଣୀର ସମ୍ମାନର ସହିତ ଅନ୍ତିମ ସଂସ୍କାର କରାଯାଇଛି।

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories