www.samajalive.in
Monday, December 8, 2025
14.1 C
Bhubaneswar

ମଶା ଉପଦ୍ରବରେ ଅତିଷ୍ଠ କଟକବାସୀ; ସିଏମସି କମିଶନରଙ୍କୁ ଟାର୍ଗେଟ

ସମାଜ ଡିଜିଟାଲ ଡେସ୍କ: ମଶା ଉପଦ୍ରବକୁ ନେଇ ଅତିଷ୍ଠ ହେଲେଣି କଟକ ସହରବାସୀ। କି ଦିନ କି ରାତି, ମଶା ଦାଉରେ ଘରେ ବାହାରେ ସବୁଠି ରହିବା ମୁସ୍କିଲ ହେଲାଣି। ସନ୍ଧ୍ୟା ହେଉ ହେଉ କବାଟ ଝରକା କିଳୁଛନ୍ତି ଲୋକେ। ସହରରେ ମଶା ଡେନସିଟି ୬୨ ଲେବଲରେ ପହଞ୍ଚିଥିବାବେଳେ ସିଏମସିର ମଶା ଦମନ ଅଭିଯାନ ସମ୍ପୂର୍ଣ୍ଣ ଫେଲ୍ ମାରିଛି, ଯାହାକୁ ନେଇ ସହରବାସୀଙ୍କଠାରୁ ଆରମ୍ଭ କରି ଖୋଦ୍ ହାଇକୋର୍ଟ ବେଞ୍ଚ୍ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଏହି ମଶା କାମୁଡ଼ିଲେ ହେବନି ଜ୍ବର। ଏହାକୁ ନେଇ ସିଏମସି କମିଶନରଙ୍କୁ ଟାର୍ଗେଟ କରିଛନ୍ତି କର୍ପୋରେଟର।

ତେବେ ଗତବର୍ଷ ଏହି ସମୟରେ ୫୦୦ରୁ ଊର୍ଦ୍ଧ୍ବ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ବର୍ତ୍ତମାନ ୪୦୦ ଡେଙ୍ଗୁ ରୋଗୀ କଟକରେ ଚିହ୍ନଟ ହୋଇଛନ୍ତି। ଦୋକାନ ଛାତରେ ଟାୱାର ସାଙ୍ଗକୁ, ନାଳରେ କୁଢ଼ କୁଢ଼ ବର୍ଜ୍ୟବସ୍ତୁ, ସ୍ଥିତି ଅତ୍ୟନ୍ତ ଦୟନୀୟ। ଏହା ସିଏମସି କାର୍ଯ୍ୟ ଉପରେ ପ୍ରଶ୍ନ ଛିଡ଼ା କରିଛି। ଗୋଟିଏ ପଟେ ସିଏମସିର ଏଭଳି କାର୍ଯ୍ୟପନ୍ଥାକୁ ନେଇ କମିଶନରଙ୍କୁ କର୍ପୋରେଟର ପ୍ରଶ୍ନ କରିଥିଲାବେଳେ ଅନ୍ୟପଟେ ୱାର୍ଡ଼ରେ ନାଳ ସଫା, ମଶା ଧୂଆଁ ସ୍ପ୍ରେ ସଠିକ ଢଙ୍ଗରେ ହେଉ ନଥିବା ଅଭିଯୋଗ କରିଛନ୍ତି କଟକବାସୀ।

- Advertisement -

କେବଳ କଟକ ସହରବାସୀ ନୁହନ୍ତି ଏ ସମସ୍ୟାକୁ ଖୋଦ ହାଇକୋର୍ଟ ମଧ୍ୟ ଅନୁଭବ କରିଛନ୍ତି। ସିଏମସି ସ୍ୱାସ୍ଥ୍ୟ ବିଭାଗର ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ ହାଇକୋର୍ଟ। ତେବେ କୁଆଡେ ଏହି ମଶା କାମୁଡ଼ିଲେ ଡେଙ୍ଗୁ କି ମେଲରିଆ ହୁଏନି। ଏମିତି କିଛି କହି ବିବାଦକୁ ଆସିଛନ୍ତି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର। ଏହି ୩ ମାସ ମଶାଙ୍କ ବଂଶ ବିସ୍ତାର ସମୟ ହୋଇଥିଲାବେଳେ ସିଏମସି ଯେଉଁ ପଦକ୍ଷେପ ଗ୍ରହଣ କରିଛି ସେଥିରେ ଲୋକମାନେ କେବେବି ପ୍ରଭାବିତ ହେବନି ବୋଲି କହିଛନ୍ତି ସ୍ବାସ୍ଥ୍ୟ ଅଧିକାରୀ। ସ୍ୱାସ୍ଥ୍ୟ ବିଭାଗର ଏପରି ବୟାନ ହାସ୍ୟସ୍ପଦ ସେ ଏଭଳି କହିବା ଏକ ନିନ୍ଦନୀୟ କଥା।ତେଣୁ ନିଜେ ପ୍ରତି ୱାର୍ଡ ନବୁଲି ଏଭଳି ବୟାନ ଦେବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି କଂଗ୍ରେସ କର୍ପୋରେଟର।

ଅନ୍ୟପଟେ ୫୯ଟି ୱାର୍ଡ଼ରେ ମଶା ଦମନ ପାଇଁ ଡ୍ରେନରେ ମଶାତେଲ ପକାଇବା ଜାରି ରହିଥିବାବେଳେ ପ୍ରତି ୱାର୍ଡ଼ରେ ମଶା ଧୂଆଁ ସମୟ ଅନୁସାରେ ଜାରି ରହିଛି। ବର୍ତ୍ତମାନ ମଶା ବଂଶ ବୃଦ୍ଧି କରିବା ସମୟ ହୋଇଥିବାରୁ ବର୍ତ୍ତମାନ ମଶା ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଆଉ କିଛି ଦିନ ମଧ୍ୟରେ ମଶା ଆତଙ୍କ ଉପରେ ସମ୍ପୂର୍ଣ୍ଣ ରୋକ ଲାଗି ପାରିବ ବୋଲି କହିଛନ୍ତି ସିଏମସି କମିଶନର।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories