www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଫଟୋ: ଥରୁରଙ୍କୁ ଜାବୁଡ଼ି ଧରି କୋଳରେ ଶୋଇଲା ମାଙ୍କଡ଼

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପୋଷ୍ଟ ସର୍ବଦା ଚର୍ଚ୍ଚାରେ ରହିଥାଏ। ଏଥର ବି ତାଙ୍କର ଏକ ପୋଷ୍ଟ ଚର୍ଚ୍ଚାରେ ରହିଛି। ଯେଉଁ ପୋଷ୍ଟରେ ସେ ତାଙ୍କ ବଗିଚାରେ ଏକ ମାଙ୍କଡ଼ ସହିତ ତାଙ୍କର ସାକ୍ଷାତ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାର ଏକ ଫଟୋ ସେ ଶେୟାର କରିଛନ୍ତି, ଯେଉଁଥିରେ ଉଭୟଙ୍କ ମଧ୍ୟରେ ଏକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ ଦେଖିବାକୁ ମିଳିଛି।

ଥରୁର ପୋଷ୍ଟରେ ଲେଖିଛନ୍ତି, ସେ ସକାଳୁ ସକାଳୁ ନିଜ ବଗିଚାରେ ଚୌକିରେ ବସି ଖବରକାଗଜ ପଢ଼ୁଥିଲେ। ଠିକ୍‌ ସେହି ସମୟରେ ଏକ ମାଙ୍କଡ଼ ଅଚାନକ ତାଙ୍କ ପାଖକୁ ଆସିଥିଲା। ଥରୁର କିଛି ବୁଝିବା ପୂର୍ବରୁ ମାଙ୍କ ତାଙ୍କ କୋଳରେ ଆରାମରେ ବସିପଡ଼ିଲା। ଥରୁର କିନ୍ତୁ ଆଦୌ ବିଚଳିତ ନ ହୋଇ ଶାନ୍ତ ରହିଥିଲେ। କିନ୍ତୁ ମନରେ ଭୟ ଥିଲା କାଳେ ମାଙ୍କଡ଼ କାମୁଡ଼ି ଦେବ କି।

- Advertisement -

ତେବେ କିଛି ସମୟ ଯିବା ପରେ ମାଙ୍କଡ଼ଟି କିଛି କ୍ଷତି କରି ନ ଥିଲା। ଥରୁର ସେମିତି ବସି ରହିଥିଲେ। ସେ ତା’କୁ ଏକ କଦଳୀ ଦେଇଥିଲେ। ମାଙ୍କଡ଼ଟି ଖୁସିରେ ଖୁସିରେ ଖାଇଦେଇଥିଲା। ଏହା ପରେ ମାଙ୍କଡ଼ଟି ଥରୁରଙ୍କୁ ଜାବୁଡ଼ି ଧରିବା ସହିତ ତାଙ୍କା ଛାତିରେ ମୁଣ୍ଡ ରଖି ଶୋଇପଡ଼ିଥିଲା। ଏହି ଅନୁଭୂତି ଅବିସ୍ମରଣୀୟ ବୋଲି ଥରୁର କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଲୋକମାନେ ଏହି ଦୃଶ୍ୟ ଦେଖି ନା ନା ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories