www.samajalive.in
Friday, December 5, 2025
20.1 C
Bhubaneswar

ଦେଖନ୍ତୁ ଫଟୋ: ଥରୁରଙ୍କୁ ଜାବୁଡ଼ି ଧରି କୋଳରେ ଶୋଇଲା ମାଙ୍କଡ଼

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପୋଷ୍ଟ ସର୍ବଦା ଚର୍ଚ୍ଚାରେ ରହିଥାଏ। ଏଥର ବି ତାଙ୍କର ଏକ ପୋଷ୍ଟ ଚର୍ଚ୍ଚାରେ ରହିଛି। ଯେଉଁ ପୋଷ୍ଟରେ ସେ ତାଙ୍କ ବଗିଚାରେ ଏକ ମାଙ୍କଡ଼ ସହିତ ତାଙ୍କର ସାକ୍ଷାତ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାର ଏକ ଫଟୋ ସେ ଶେୟାର କରିଛନ୍ତି, ଯେଉଁଥିରେ ଉଭୟଙ୍କ ମଧ୍ୟରେ ଏକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତ ଦେଖିବାକୁ ମିଳିଛି।

ଥରୁର ପୋଷ୍ଟରେ ଲେଖିଛନ୍ତି, ସେ ସକାଳୁ ସକାଳୁ ନିଜ ବଗିଚାରେ ଚୌକିରେ ବସି ଖବରକାଗଜ ପଢ଼ୁଥିଲେ। ଠିକ୍‌ ସେହି ସମୟରେ ଏକ ମାଙ୍କଡ଼ ଅଚାନକ ତାଙ୍କ ପାଖକୁ ଆସିଥିଲା। ଥରୁର କିଛି ବୁଝିବା ପୂର୍ବରୁ ମାଙ୍କ ତାଙ୍କ କୋଳରେ ଆରାମରେ ବସିପଡ଼ିଲା। ଥରୁର କିନ୍ତୁ ଆଦୌ ବିଚଳିତ ନ ହୋଇ ଶାନ୍ତ ରହିଥିଲେ। କିନ୍ତୁ ମନରେ ଭୟ ଥିଲା କାଳେ ମାଙ୍କଡ଼ କାମୁଡ଼ି ଦେବ କି।

- Advertisement -

ତେବେ କିଛି ସମୟ ଯିବା ପରେ ମାଙ୍କଡ଼ଟି କିଛି କ୍ଷତି କରି ନ ଥିଲା। ଥରୁର ସେମିତି ବସି ରହିଥିଲେ। ସେ ତା’କୁ ଏକ କଦଳୀ ଦେଇଥିଲେ। ମାଙ୍କଡ଼ଟି ଖୁସିରେ ଖୁସିରେ ଖାଇଦେଇଥିଲା। ଏହା ପରେ ମାଙ୍କଡ଼ଟି ଥରୁରଙ୍କୁ ଜାବୁଡ଼ି ଧରିବା ସହିତ ତାଙ୍କା ଛାତିରେ ମୁଣ୍ଡ ରଖି ଶୋଇପଡ଼ିଥିଲା। ଏହି ଅନୁଭୂତି ଅବିସ୍ମରଣୀୟ ବୋଲି ଥରୁର କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଲୋକମାନେ ଏହି ଦୃଶ୍ୟ ଦେଖି ନା ନା ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories