www.samajalive.in
Friday, December 5, 2025
20.1 C
Bhubaneswar

ଡେଙ୍ଗୁ-ମ୍ୟାଲେରିଆ ପାଇଁ ଶସ୍ତା ବୀମା ଆଣିଲା ଫୋନପେ, ଦାମ୍ ମାତ୍ର ୫୯ ଟଙ୍କା

ନୂଆଦିଲ୍ଲୀ : ଫୋନପେ ଡେଙ୍ଗୁ ଓ ମ୍ୟାଲେରିଆ ପାଇଁ ଏକ ନୂଆ ଶସ୍ତା ବୀମା ପ୍ଲାନ୍ ନେଇଆସିଛି । ଏହାର ପ୍ରାରମ୍ଭିକ ଦାମ୍ ମାତ୍ର ୫୯ ଟଙ୍କା ପ୍ରତି ବର୍ଷ ହୋଇପାରେ । ଏହି ସ୍ବାସ୍ଥ୍ୟ ବୀମା ଯୋଜନା ଡେଙ୍ଗୁ, ମ୍ୟାଲେରିଆ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ପ୍ରଦାନ କରିଥାଏ । ଖାସ୍ କରି ଟିୟର-୨ ଓ ଟିୟର-୩ ସହରରେ ରହୁଥିବା ଲୋକ ଏହି ବୀମା ଜରିଆରେ ବର୍ଷସାରା କୌଣସି ବି ଅପ୍ରତ୍ୟାଶିତ ମେଡିକାଲ ଖର୍ଚ୍ଚରୁ ରକ୍ଷା ପାଇପାରିବେ ।

ଏହି ପ୍ଲାନ ୧୦ରୁ ଅଧିକ ରୋଗ ଯଥା ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ, ଫାଇଲେରିଆ, ସ୍ବାଇନ୍ ଫ୍ଲୁ, ବାର୍ଡ ଫ୍ଲୁ, ଟାଇଫଏଡ୍ ଆଦିକୁ କଭର କରିଥାଏ । ଏଥିରେ ହସ୍ପିଟାଲରେ ପରୀକ୍ଷା, ଆଡମିଶନ ଓ ଆଇସିୟୁରେ ଚିକିତ୍ସା ଖର୍ଚ୍ଚ ମଧ୍ୟ ସାମିଲ । ଏହି ପ୍ଲାନକୁ ତୁରନ୍ତ ଫୋନପେ ଆପରେ କ୍ରୟ କରିବା ଏବଂ କ୍ଲେମ୍ କରିହେବ । ୧୦୦ ପ୍ରତିଶତ ଡିଜିଟାଲ୍ ପ୍ରକ୍ରିୟା ହେବା କାରଣରୁ କ୍ଲେମ୍ ଖୁବ୍ ଶୀଘ୍ର ଏବଂ ସହଜରେ ହୋଇପାରିବ । ଯାହା ପାଖରେ ପୂର୍ବରୁ କର୍ପୋରେଟ୍ ସ୍ବାସ୍ଥ୍ୟ ବୀମା ରହିଛି ସେମାନେ ମଧ୍ୟ ଏହି ପ୍ଲାନକୁ ଅତିରିକ୍ତ ସୁରକ୍ଷା ପାଇଁ ଚୟନ କରିପାରିବେ ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories