ବଧୂବେଶରେ ସୋନମଙ୍କ ଫାଷ୍ଟ ଲୁକ୍

0

ନୂଆଦିଲ୍ଲୀ: ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ସୋନମ କାପୁର । ବିବାହରେ ସୋନମ ନାଲି ରଙ୍ଗର ଲେହେଙ୍ଗା ସହ ଓଜନଦାର ଗହଣା ପିନ୍ଧିଥିବା ନଜର ଆସିଛନ୍ତି । ନାଲି ରଙ୍ଗର ଲେହେଙ୍ଗାରେ ସୋନମ ଖୁବ୍ ସୁନ୍ଦର ଦିଶୁଛନ୍ତି ।

ଡିଜାଇନର ଅନୁରାଧା ବକିନ ଏହି ଲେହେଙ୍ଗାକୁ ଡିଜାଇନ କରିଛନ୍ତି । ନିଜ ଫ୍ୟାନ୍ସ ମାନଙ୍କ ପାଇଁ ସୋନମ ବଧୂବେଶର ଏକ ଫଟୋ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି ।

ବିବାହ ବେଦୀରେ ସୋନମ ଓ ଆନନ୍ଦ ଆହୁଜା ପହଞ୍ଚି ଥିବା ​‌ବେଳେ ଦିନ ୧୧ଟାରୁ ସାଢେ ୧୨ଟା ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି ବୋଲି ସୂଚନା ମିଳିଛି ।

ସୋନମଙ୍କ ବିବାହ ଉତ୍ସବ​‌ରେ ବଲିଉଡର ବହୁ ଅନେକ କଳାକାରଙ୍କୁ ଦେଖିବାକୁ ମିଳିଛି । ଶ୍ରୀଦେବୀଙ୍କ ଦୁଇ ଝିଅ ଜହ୍ନବୀ ଓ ଖୁସି ସହ ବୋନି କାପୁର ଏବଂ ପୁଅ ଅର୍ଜୁନ କାପୁର ମଧ୍ୟ ପହଞ୍ଚିଛନ୍ତି । ଜ୍ୟାକଲିନ୍ ଓ ସ୍ବରା ଭାସ୍କର ମଧ୍ୟ ସୋନମଙ୍କ ବିବାହ ଉତ୍ସବରେ ଯୋଗ ଦେଇଛନ୍ତି ।

କପୁର ପରିବାର ଏହି ବିବାହ ଉତ୍ସବରେ ସୌଫ ଅଲ୍ଲୀ, ତୈମୁର ଓ ଭଉଣୀ କରିସ୍ମାଙ୍କ ସହ କରୀନ ପହଞ୍ଚିଛନ୍ତି । ଏହି ଉତ୍ସବରେ ବିଗ୍ ବି ଅମିତାଭ ବଚ୍ଚନ ଯୋଗ ଦେଇଛନ୍ତି ।

Leave A Reply