www.samajalive.in
Monday, December 15, 2025
24.1 C
Bhubaneswar

ଜାଣନ୍ତୁ, ବିନା ତକିଆରେ ଶୋଇବାର ଉପକାରିତା

ସାଧାରଣତଃ ଆମେ ସମସ୍ତେ ତକିଆରେ ମୁଣ୍ଡ ଦେଇ ଶୋଇଥାଉ। ଆଉ କିଛି ଲୋକ ଏପରି ମଧ୍ୟ ଥାଆନ୍ତି ଯେଉଁମାନଙ୍କୁ ତକିଆ ନଦେଲେ ନିଦ ହିଁ ହୋଇନଥାଏ। ହେଲେ ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଯେଉଁମାନେ ତକିଆ ନଦେଇ ଶୁଅନ୍ତି ସେମାନଙ୍କୁ ବହୁତ ଲାଭ ମିଳିଥାଏ। ତେବେ ଚାଲନ୍ତୁ ଜାଣିବା ବିନା ତକିଆରେ ଶୋଇବା ଦ୍ୱାରା ଆମକୁ କି ଲାଭ ମିଳିଥାଏ –

– ବିନା ତକିଆରେ ଶୋଇଲେ, ମୁହଁରେ ବ୍ରଣ ଉଠି ନଥାଏ । ଅପରପକ୍ଷରେ ତକିଆରେ ମୁଣ୍ଡ ଦେଇ ଶୋଇଲେ ବ୍ରଣ ହେବାର ଆଶଙ୍କା ଥାଏ।
– ବିନା ତକିଆରେ ଶୋଇବା ଦ୍ୱାରା ବୟସ ବଢିଲେ ମଧ୍ୟ ମୁହଁରେ ତା’ର ପ୍ରଭାବ ଦେଖଯାଏ ନାହିଁ । ଅର୍ଥାତ୍ ଆପଣଙ୍କ ମୁହଁର ଯୁବାପଣ ଅକ୍ଷୁର୍ଣ୍ଣ ରହିଥାଏ।
– ଯେଉଁମାନେ ବିନା ତକିଆରେ ଶୁଅନ୍ତି ସେମାନଙ୍କୁ ଭଲ ନିଦ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
– ବିନା ତକିଆରେ ଶୋଇବା ଦ୍ୱାରା ବେକରେ ଯନ୍ତ୍ରଣା ଅନୁଭୂତ ହୋଇ ନଥାଏ । ଠିକ୍ ସେହିପରି ପିଠିରେ ମଧ୍ୟ ଯନ୍ତ୍ରଣା ହୁଏ ନାହିଁ। କାରଣ ବିନା ତକିଆରେ ଶୋଇଲେ ଆମର ବେକ ଠିକ୍ ଦିଗରେ ରହିଥାଏ। ଏହାଫଳରେ ପିଠିରେ କଷ୍ଟ ଅନୁଭୂତ ହୋଇ ନଥାଏ ।
– ତକିଆରେ ମୁଣ୍ଡ ନ ଦେଇ ଶୋଇଲେ ଆମ ହାଡ଼ ସଳଖ ରହିଥାଏ। ଏହା ଫଳରେ ସହଜରେ ଯନ୍ତ୍ରଣା ଅନୁଭୂତ ହୋଇ ନଥାଏ ଏବଂ ଆମେ ସୁସ୍ଥ ରହିଥାଉ। ଏପରି ଶୋଇଲେ ମାନସିକ ଉତ୍ତେଜନା ସହଜରେ ଦୂରୀଭୂତ ହୋଇଥାଏ। ଆମେ ତାଜା ଅନୁଭବ କରିଥାଉ। ନିଦ୍ରାହୀନତା ରୋଗର ଆଶଙ୍କା ମଧ୍ୟ ହ୍ରାସ ପାଇଥାଏ ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories