www.samajalive.in
Monday, December 15, 2025
15.1 C
Bhubaneswar

ମା’ଚିନ୍ତାମଣି ବାଲିଚର କ୍ଲବ ଆନୁକୂଲ୍ୟରେ ୧୪ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ବଡ଼ସାହି : ନାଉପାଳ ପଞ୍ଚାୟତ ଅସ୍ତଝରଣ ଗ୍ରାମର ମା’ଚିନ୍ତାମଣି ବାଲିଚର କ୍ଲବ ଆନୁକୂଲ୍ୟରେ ୧୪ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନିଆ ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ ଏମ୍‍ସିଏମ୍‍ ଫୁଟବଲ ଦଳ ଓ ଏଡି ଏଣ୍ଡ ଏଡି ଅଁଳାଶୁଳୀ ଫୁଟବଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏମ୍‍ସିଏମ୍‍ ଦଳ ୧-୦ଗୋଲରେ ଏଡି ଏଣ୍ଡ ଏଡି ଅଁଳାଶୁଳୀ ଦଳକୁ ପରାସ୍ତ କରି ଚଳିତ ବର୍ଷ ଚମ୍ପିଆନ ହୋଇଥିଲା। କ୍ଲବର ସମ୍ପାଦକ ରୋହିଦାସ ସିଂଙ୍କ ଅଧ୍ୟକ୍ଷତାରେ ଏକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ଦେବାଶିଷ ମାରାଣ୍ଡି, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅର୍ନ୍ତଯ୍ୟାମୀ ବେହେରା, ସରପଞ୍ଚ ରୁହ୍ୟା ସିଂ ଓ ଚନ୍ଦନ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଚମ୍ପିଆନ ଦଳକୁ ୨୦ହଜାର, ରନର୍ସ ଅପ୍‍ ଦଳକୁ ୧୫ହଜାର, ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ୫ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ଖେଳକୁ ରେଫରୀ ଭାବେ ସନ୍ତୋଷ କୁମାର ରାଉତ, ଦିଲ୍ଲିପ ପ୍ରଧାନ, ସିଦ୍ଧେଶ୍ବର ସିଂ ଓ ରତନ କୁମାର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ସ୍ୱଚ୍ଛତା ଓ ପଲିଥିନ ମୁକ୍ତ କରିବା ପାଇଁ କ୍ଳବ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଖେଳ ପଡିଆର ଚାରିପାଖରେ ଡଷ୍ଟବିନ ରଖାଯାଇଥିବା ବେଳେ ପଲିଥିନ ବ୍ୟବହାର ଉପରେ ସଚେତନତା ସୃଷ୍ଟି କରାଯାଇଥିଲା। କ୍ଳବର ସଭାପତି କ୍ଷେତ୍ର ମୋହନ ସିଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହସମ୍ପାଦକ ସୋମନାଥ ସିଂ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନୀ ଉତ୍ସବ ପ୍ରାରମ୍ଭରେ ମୁଖ୍ୟଅତିଥି ଭାବେ ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ପ୍ରକାଶ ସୋରେନ, ସମ୍ମାନିତ ଅତିଥି ଭାବେ ଆଦିବାସୀ ଯାତ୍ରା କଳାକାର ଦଶରଥ ସିଂ, ୱାର୍ଡସଭ୍ୟା କନକଲତା ମହାନ୍ତ ପ୍ରମୁଖ ଉପସ୍ଥିତ ହୋଇ ଶୃଙ୍ଖଳିତ ଓ ଖେଳୁଆଡ ମନୋଭାବ ନେଇ ଖେଳିବା ପାଇଁ ଖେଳାଳୀଙ୍କୁ ଆହ୍ୱାନ ଦେଇଥିଲେ। ସନ୍ଧ୍ୟାରେ ମୁଣ୍ଡାରୀ ସାଂସ୍କୃତିକ କାର୍ଯ୍ୟକ୍ରମ ସୁଳା ସିର୍ଜନ ମୁଣ୍ଡାରୀ କାରାମ ଯାଦୁର ଆଖଡା ପରିବେଷିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories