www.samajalive.in
Tuesday, December 9, 2025
16.1 C
Bhubaneswar

ଶାହିଦ୍‌ଙ୍କ ପରାମର୍ଶ

ମୁମ୍ବଇ : ଚକୋଲେଟ୍ ବୟ ଭାବେ ଜଣାଯାଉଥିବା ଶାହିଦ୍ କପୁର ବିବାହ ପରେ ଏକ ହସଖୁସିର ଜୀବନ ଅତିବାହିତ କରୁଥିବାର ଦେଖାଯାଉଛି। ପତ୍ନୀ ମୀରା କପୁର, ଝିଅ ମିଶା ଓ ପୁଅ ଜୈନ୍‌‌ଙ୍କୁ ନେଇ ତାଙ୍କ ଛୋଟ ସଂସାର। ବିବାହ ପୂର୍ବରୁ ଲାଜକୁଳା ଶାହିଦ୍‌୍ଙ୍କ ୨ଜଣ ଅଭିନେତ୍ରୀଙ୍କ ସହ ସମ୍ପର୍କ ନିବିଡ଼ ହୋଇଥିଲା। ଏ ବାବଦରେ ଶାହିଦ୍‌ ପୂର୍ବରୁ ଅନେକଥର ସ୍ପଷ୍ଟ ଭାବେ କହିଛନ୍ତି ମଧ୍ୟ। କରୀନା କପୁର ଓ ପ୍ରିୟଙ୍କା ଚୋପ୍ରା, ଏ ଦୁହିଁଙ୍କ ସହ ଶାହିଦ୍‌ଙ୍କ ଘନିଷ୍ଠତା ଥିଲା, ତେବେ କୌଣସି କାରଣରୁ ସେମାନଙ୍କ ସର୍ମ୍ପରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। କରୀନା ୨୦୧୨ରେ ନବାବ୍ ସୈଫ୍ ଅଲୀ ଖାନ୍‌ଙ୍କୁ ବିବାହ କରିଥିବାବେଳେ ନିକଟରେ ପ୍ରିୟଙ୍କା ହଲିଉଡ ଗାୟକ ନିକ୍ ଜୋନ୍‌ସଙ୍କୁ ବିବାହ କରିଛନ୍ତି। ଏକ ସାକ୍ଷାତକାର୍‌ରେ ଶାହିଦ୍‌ଙ୍କୁ ତାଙ୍କ ପୂର୍ବ ଘନିଷ୍ଠ ବାନ୍ଧବୀଙ୍କ ସମ୍ପର୍କରେ ପଚରା ଯାଇଥିଲା। ସ୍ମିତ ହସ ହସି ଶାହିଦ୍ କହିଥିଲେ ସେ ନିକ୍‌୍ଙ୍କୁ ପରାମର୍ଶ ଦେବେ ଯେ ପ୍ରିୟଙ୍କା ହେଲେ ଆମର ଦେଶୀ ଝିଅ। ଏଣୁ ସାବଧାନତାର ସହ ଚଳିବେ, ନଚେତ୍ ହଇରାଣ ହେବେ। ପରେ କଥାକୁ ଚଳାଇ ନେବାକୁ ଯାଇ ଶାହିଦ୍ କହିଥିଲେ ସେ ଥଟ୍ଟା କରୁଥିଲେ। ଦେଖାଯାଉ ଦେଶୀ ଗାର୍ଲ ପ୍ରିୟଙ୍କା ଏଇ ଉପଦେଶ ଶୁଣିବା ପରେ କ’ଣ କହୁଛନ୍ତି?

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories