www.samajalive.in
Monday, December 8, 2025
13.1 C
Bhubaneswar

ଅଭିନେତ୍ରୀଙ୍କ ଘରୁ ହୀରା ହାର ଓ ଟଙ୍କା ଚୋରି, ଚୋର ଗିରଫ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପୁନମ ଢିଲ୍ଲୋଁଙ୍କ ଘରେ ଚୋରି ମାମଲା ସାମ୍ନାକୁ ଆସିଛି। ଅଭିନେତ୍ରୀଙ୍କ ମୁମ୍ବାଇର ଖାର୍‌ସ୍ଥିତ ଘରୁ ଚୋରି ହୋଇଛି। ଏକ ହୀରା ହାର, ନଗଦ ୩୫ ହଜାର ଟଙ୍କା ଏବଂ କିଛି ଆମେରିକା ଡଲାର ଚୋରି ହୋଇଥିବା ଜଣାପଡ଼ିଛି। ତେବେ ଆଶ୍ଵସ୍ତିର ବିଷୟ, ଖାର୍‌ ପୁଲିସ ଚୋରକୁ ଗିରଫ କରିଛି। ଅଭିଯୁକ୍ତର ନାମ ସମୀର ଆନ୍‌ସାରୀ ବୋଲି ପୁଲିସ ସୂଚନା ଦେଇଛି।

ମିଡିଆ ରିପୋର୍ଟ ଅନୁସାରେ, ପୁନମଙ୍କ ଘରେ ପେଣ୍ଟିଂ କାମ ଚାଲୁଥିଲା। ଡିସେମ୍ବର ୨୮ରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ଜଣକ ଅଭିନେତ୍ରୀଙ୍କ ଫ୍ଲାଟ୍‌ରେ ପେଣ୍ଟିଂ କାମ କରୁଥିଲା। ଏହି ସମୟରେ ସୁଯୋଗ ଦେଖି ଅଭିଯୁକ୍ତ ଆଲମାରୀ ଖୋଲା ଥିବା ଦେଖି ସେଥିରୁ ଗହଣା ଓ ଟଙ୍କା ଚୋରି କରି ନେଇଥିଲା।

- Advertisement -

ପୁନମ ପ୍ରାୟତଃ ଜୁହୁରେ ରୁହନ୍ତି। କିନ୍ତୁ ତାଙ୍କ ପୁଅ ଅନମୋଲ ଖାର୍‌ସ୍ଥିତ ଘରେ ରୁହନ୍ତି। ବେଳେବେଳେ ସେ ପୁଅ ପାଖରେ ସେହି ଘରେ ରହିଯାଆନ୍ତି। ଅଭିଯୁକ୍ତ ଜଣକ ପୁନମଙ୍କ ଘରୁ ଚୋରି କରିଥିବା ନଗଦ ଟଙ୍କାରୁ କିଛି ପାର୍ଟିରେ ଉଡ଼ାଇ ଦେଇଥିବା ଜଣାପଡ଼ିଛି। ପୁନମଙ୍କ ପୁଅ ଅନମୋଲ ଦୁବାଇରୁ ଫେରିବା ପରେ ଘରେ କିଛି ଜିନିଷ ନିଖୋଜ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଥାନାକୁ ଯାଇ ଏ ସଂକ୍ରାନ୍ତରେ ଏତଲା ଦେଇଥିଲେ। ଏହାପରେ ଆନ୍‌ସାରୀ ତାଙ୍କ ଘରୁ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଥିଲା।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories