www.samajalive.in
Monday, December 8, 2025
27.1 C
Bhubaneswar

ଅଭିନେତ୍ରୀଙ୍କ ଘରୁ ହୀରା ହାର ଓ ଟଙ୍କା ଚୋରି, ଚୋର ଗିରଫ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପୁନମ ଢିଲ୍ଲୋଁଙ୍କ ଘରେ ଚୋରି ମାମଲା ସାମ୍ନାକୁ ଆସିଛି। ଅଭିନେତ୍ରୀଙ୍କ ମୁମ୍ବାଇର ଖାର୍‌ସ୍ଥିତ ଘରୁ ଚୋରି ହୋଇଛି। ଏକ ହୀରା ହାର, ନଗଦ ୩୫ ହଜାର ଟଙ୍କା ଏବଂ କିଛି ଆମେରିକା ଡଲାର ଚୋରି ହୋଇଥିବା ଜଣାପଡ଼ିଛି। ତେବେ ଆଶ୍ଵସ୍ତିର ବିଷୟ, ଖାର୍‌ ପୁଲିସ ଚୋରକୁ ଗିରଫ କରିଛି। ଅଭିଯୁକ୍ତର ନାମ ସମୀର ଆନ୍‌ସାରୀ ବୋଲି ପୁଲିସ ସୂଚନା ଦେଇଛି।

ମିଡିଆ ରିପୋର୍ଟ ଅନୁସାରେ, ପୁନମଙ୍କ ଘରେ ପେଣ୍ଟିଂ କାମ ଚାଲୁଥିଲା। ଡିସେମ୍ବର ୨୮ରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ଜଣକ ଅଭିନେତ୍ରୀଙ୍କ ଫ୍ଲାଟ୍‌ରେ ପେଣ୍ଟିଂ କାମ କରୁଥିଲା। ଏହି ସମୟରେ ସୁଯୋଗ ଦେଖି ଅଭିଯୁକ୍ତ ଆଲମାରୀ ଖୋଲା ଥିବା ଦେଖି ସେଥିରୁ ଗହଣା ଓ ଟଙ୍କା ଚୋରି କରି ନେଇଥିଲା।

- Advertisement -

ପୁନମ ପ୍ରାୟତଃ ଜୁହୁରେ ରୁହନ୍ତି। କିନ୍ତୁ ତାଙ୍କ ପୁଅ ଅନମୋଲ ଖାର୍‌ସ୍ଥିତ ଘରେ ରୁହନ୍ତି। ବେଳେବେଳେ ସେ ପୁଅ ପାଖରେ ସେହି ଘରେ ରହିଯାଆନ୍ତି। ଅଭିଯୁକ୍ତ ଜଣକ ପୁନମଙ୍କ ଘରୁ ଚୋରି କରିଥିବା ନଗଦ ଟଙ୍କାରୁ କିଛି ପାର୍ଟିରେ ଉଡ଼ାଇ ଦେଇଥିବା ଜଣାପଡ଼ିଛି। ପୁନମଙ୍କ ପୁଅ ଅନମୋଲ ଦୁବାଇରୁ ଫେରିବା ପରେ ଘରେ କିଛି ଜିନିଷ ନିଖୋଜ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଥାନାକୁ ଯାଇ ଏ ସଂକ୍ରାନ୍ତରେ ଏତଲା ଦେଇଥିଲେ। ଏହାପରେ ଆନ୍‌ସାରୀ ତାଙ୍କ ଘରୁ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories