www.samajalive.in
Sunday, December 7, 2025
26.1 C
Bhubaneswar

ଲାଠୋରରେ ଦୀର୍ଘ ଦିନ ପରେ ରୋଗୀ କଲ୍ୟାଣ ସମିତି ବୈଠକ

ଲାଠୋର: ବଲାଙ୍ଗିର ଜିଲା ଖପ୍ରଖୋଲ ବ୍ଳକ ଲାଠୋର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ସୋମବାର ରୋଗୀ କଲ୍ୟାଣ ସମିତିର ଚେୟାରପର୍ସନ ଜିଲାପରିଷଦ ସଭ୍ୟ ବିପ୍ର ବିଶିଙ୍କ ଅଧ୍ୟକ୍ଷତାରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଖପ୍ରାଖୋଲ ଏମଓ ଆଇସି ଡାକ୍ତର ସୂରଜ କୁମାର ଦୀପ, ଲାଠୋର ଡାକ୍ତର ରାଜ୍ୟଶ୍ରୀ ସାହୁ, ବଲାଙ୍ଗିର ସାଂସଦ ଆରକେଏସ ନୋମିନୀ କାଶିନାଥ ମେହେର, ଜିଲାପରିଷଦ ନୋମିନୀ ସୁଶାନ୍ତ ବେହେରା, ଘନଶ୍ୟାମ ସରାପ, ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ ଏବଂ ଆରକେଏସ କମିଟି ମେମ୍ବର ଘାସିରାମ ଅଗ୍ରୱାଲ, ଶଙ୍କରଲାଲ ଅଗ୍ରୱାଲ, ବିମଳ ଅଗ୍ରୱାଲ, ଶେଷଦେବ ଭଇଁଷାଲ, ପଦ୍ମନାଭ ନାଏକ, ସତ୍ୟନାରାୟଣ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ।

ଆରକେଏସ ବୈଠକରେ ଏମବିବିଏସ ଡାକ୍ତର ଏବଂ ଷ୍ଟାଫ ନର୍ସ ନିଯୁକ୍ତି, ଅସ୍ଥାୟୀ ଝାଡୁଦାରଙ୍କ ଦରମା ବୃଦ୍ଧି, ହସପିଟାଲର କେତେ ଜାଗା ରହିଛି ତାର ଡିମାରକେସନ କରି ସୀମା ନିର୍ଦ୍ଧରଣ କରି ବାଡା ନିର୍ମାଣ କରିବା, ପରିସର ମଧ୍ୟରେ ରହିଥିବା ସମସ୍ତ ଗୃହର ମରାମତି କରିବା ଦିଗରେ ଆଲୋଚନା ହୋଇଥିଲା। ଏଥିରେ ଉପସ୍ଥିତ ଥିବା ସଦସ୍ୟ ମାନେ ନିଜ ନିଜ ମତାମତ ରଖିଥିଲେ। ଦୀର୍ଘ ଦିନରୁ ରୋଗୀ କଲ୍ୟାଣ ସମିତି ବୈଠକ ହେଉ ନ ଥିବା ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମବିବିଏସ ଡାକ୍ତର ପଦବୀ ଖାଲି ପଡିଥିବା ଓ ଅନ୍ୟାନ୍ୟ ସମସ୍ୟା ଲାଗି ରହିଥିଲା। ଏହାର ପ୍ରତିବାଦରେ ଗତ ତା.୧୭/୭/୨୦ ରେ ଲାଠୋର ଡେଭଲପମେଣ୍ଟ ଆସୋସିଏସନର ସଦସ୍ୟମାନେ ହସପିଟାଲ ପହଞ୍ଚି ବିଭିନ୍ନ ସମସ୍ୟା ଉପରେ ଅନୁସନ୍ଧାନ କରି ସମସ୍ୟାକୁ ନେଇ ଟ୍ୱିଟର ଯୋଗେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଚିଫ ସେକ୍ରେଟେରି, ବଲାଙ୍ଗିର ଜିଲାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀକୁ ଅବଗତ କରିଥିଲେ। ଏହି ସବୁ ସମସ୍ୟାକୁ ନେଇ ଏଲଡିଏ ପ୍ରଥମରୁ ସମାଧାନ ପାଇଁ ଅଣ୍ଟା ଭିଡିଥିବା ବେଳେ ଏଲଡିଏର କୌଣସି ସଦସ୍ୟଙ୍କୁ ଆରକେଏସ ବୈଠକରେ ଡକା ଯାଇନଥିବାରୁ ଏଥିରେ ପାତର ଅନ୍ତର କରାଯାଉଛି ବୋଲି ଫାଉଣ୍ଡର ଲବ ସୁନା ଅଭିଯୋଗ କରିଛନ୍ତି। ଆସନ୍ତା କାଲି ମଙ୍ଗଳବାର ଏହି ସବୁ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଏଲଡିଏର ଏକ ପ୍ରତିନିଧି ଦଳ ପାଟଣାଗଡ ବିଧାୟକ ସରୋଜ ମେହେର, ବଲାଙ୍ଗିର ଜିଲ୍ଳାପାଳ ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଯାଇ ସାକ୍ଷାତ କରି ସମସ୍ୟା ଉପରେ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories