www.samajalive.in
Monday, December 15, 2025
24.1 C
Bhubaneswar

ଗର୍ଭସ୍ଥ ଶିଶୁର ହୃଦଯନ୍ତ୍ର ବିକାଶ କରେ ରାଜମା

ରାଜମା, ସାଧାରଣତଃ ଡାଲ-ତଡ଼କାରେ ବ୍ୟବହୃତ ହୋଇଥାଏ। ଉତ୍ତର-ଭାରତର ଏହି ଲୋକପ୍ରିୟ ବ୍ୟଞ୍ଜନ ଏବେ ଦେଶବିଦେଶରେ ମଧ୍ୟ ନିଜ ଆସ୍ଥାନ ଜମାଇ ସାରିଛି। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ନ ହେଲେ ମଧ୍ୟ ସପ୍ତାହକୁ ଅନ୍ତତଃ ଥରୁଟିଏ ରାଜମା ତରକାରି ଖାଇବା ଉଚିତ।

ପୂରା ଶରୀରକୁ ପୋଷକତତ୍ତ୍ବ ଯୋଗାଉଥିବା ରାଜମା ପ୍ରତ୍ୟହ ଖାଇଲେ ଶରୀରରୁ ଟକ୍ସିନ୍ ଦୂର ହୋଇଥାଏ।

- Advertisement -

ପାଚନ କ୍ରିୟା ଭଲ ହେବା ସହ ଏଥିରେ ଥିବା ଭିଟାମିନ୍ ଏ’ ଆମ ତ୍ବଚାରେ ବୟସର ଛାପକୁ କମ୍ କରେ।

ଲୌହ ଭରପୂର ରାଜମା ଶରୀର ନିମନ୍ତେ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ ଭାବେ କାମ କରିଥାଏ।

ବିଭିନ୍ନ ପ୍ରକାର ଅନୁସନ୍ଧାନ ପରେ ବିଶେଷଜ୍ଞ ଦଳ ପ୍ରକାଶ କରିଛନ୍ତି ଯେ ରାଜମାକୁ ରାତି ଭୋଜନ ପରିବର୍ତ୍ତେ ଦିନର ଖାଦ୍ୟତାଲିକାରେ ସାମିଲ କରିବା ସର୍ବୋତ୍ତମ।

ଆର୍ଥ୍ରାଇଟିସ୍ ରୋଗୀ ନିୟମିତ ଏହି ବ୍ୟଞ୍ଜନ ସେବନ କରିବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ।

ଏହାକୁ ଖାଦ୍ୟ ତାଲିକାରେ ସାମିଲ କରାଇଲେ କର୍କଟ ରୋଗ ହେବାର ଆଶଙ୍କା ଯଥାସାଧ୍ୟ କମ୍ ବୋଲି ଜଣାପଡ଼ିଛି।

ଗର୍ଭବତୀ ମହିଳା ନିୟମିତ ଭାବେ ରାଜମା ଖାଇଲେ ଗର୍ଭସ୍ଥ ଶିଶୁର ହୃଦଯନ୍ତ୍ରର ବିକାଶ ଉତ୍ତମ ଭାବେ ହୋଇଥାଏ।

ମଧୁମେହ ରୋଗୀ ରାଜମା ଖାଇବା ଦ୍ବାରା ସେମାନଙ୍କ ରକ୍ତ ଶର୍କରା ନିୟନ୍ତ୍ରିତ ହୁଏ।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories