www.samajalive.in
Monday, December 15, 2025
24.1 C
Bhubaneswar

 କିଲୋ ଦରରେ ବିକ୍ରି ହୁଏ ଲ୍ୟାପଟପ୍

ଚୋରା ବଜାର ବିଶ୍ବର ଯେ କୌଣସି ପ୍ରାନ୍ତରେ ଖୋଜିଲେ ମିଳିଥାଏ। ଏଠାରେ କମ୍ ମୂଲ୍ୟରେ ଦାମୀ ମହଙ୍ଗା ଜିନିଷ ମିଳୁଥିବାରୁ ହିଁ ଗ୍ରାହକଙ୍କ ଭିଡ଼ ଜମେ। ଦିଲ୍ଲୀସ୍ଥିତ ଏକ ଚୋରା ଲ୍ୟାପଟପ୍ ବଜାରରେ କିଲୋ ପିଛା ଲ୍ୟାପଟପ ବିକ୍ରି ହେଉଥିବାର ପ୍ରକାଶ।

ବିଭିନ୍ନ ନାମୀ କମ୍ପାନୀର ସେକେଣ୍ଡ ହ୍ୟାଣ୍ଡ୍ ଲ୍ୟାପଟପ୍ ଏହି ବଜାରରେ କିଲୋ ପିଛା ମାତ୍ର ୭ ହଜାରରୁ ୧୦ହଜାର ଟଙ୍କା ମଧ୍ୟରେ ମିଳେ। ବିଦେଶରୁ ଆସିଥିବା ପର୍ୟ୍ୟଟକ ମଧ୍ୟ ଏହି ବଜାରରୁ ଲ୍ୟାପଟପ୍ କିଣିଥାନ୍ତି।

- Advertisement -

ସ୍ଥାନୀୟ ଅଞ୍ଚଳର ଲ୍ୟାପଟପ୍ ଦୋକାନୀ ରଜତ କପୁର କହିଛନ୍ତି, ରୀତିମତ ଏଠାରେ ଗ୍ରାହକଙ୍କ ଭିଡ଼ ଜମେ। କେତେକ କମ୍ପାନୀ ନିଜ କର୍ମଚାରୀଙ୍କ ନିମନ୍ତେ ଏହି ସ୍ଥାନରୁ ୫୦-୬୦ଟି ସେକେଣ୍ଡ ହ୍ୟାଣ୍ଡ୍ ଲ୍ୟାପଟପ୍ ନେଇଥାନ୍ତି। ସେମାନଙ୍କୁ ଅଧିକ ରିଆତି ଦରରେ ଲ୍ୟାପଟପ୍ ଯୋଗାଇଥାନ୍ତି ଦୋକାନୀ।

ଯେ କୌଣସି ଗ୍ରାହକ ଲ୍ୟାପଟପ୍ କିଣିବା ପୂର୍ବରୁ ଦୋକାନୀ ସେମାନଙ୍କୁ ଭଲଭାବେ ଏହା ପରୀକ୍ଷା କରିନେବାକୁ ପରାମର୍ଶ ଦିଅନ୍ତି। କାରଣ ଥରେ କିଣିବା ପରେ ଅନ୍ୟ କୌଣସି ଅସୁବିଧା ହେଲେ ଦୋକାନୀ ଶୁଣନ୍ତି ନାହିଁ କିମ୍ବା ଲ୍ୟାପଟପ୍ ଫେରସ୍ତ କରନ୍ତିନାହିଁ। ନେହେରୁ ପ୍ଲେସ୍ ସ୍ଥିତ ଏହି ଲ୍ୟାପଟପ୍ ମାର୍କେଟରେ ଆପଲ୍ ଓ ସୋନି ଲ୍ୟାପଟପର ଚାହିଦା ସର୍ବାଧିକ ଥିବାର ଦୋକାନୀମାନେ ପ୍ରକାଶ କରିଛନ୍ତି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories