www.samajalive.in
Sunday, December 14, 2025
23.1 C
Bhubaneswar

ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭା ଦିନକ ପାଇଁ ମୁଲତବୀ

ଭୁବନେଶ୍ୱର:  ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ବିଧାନସଭାର ଦିବଙ୍ଗତ ସଦସ୍ୟ ଓ ସହିଦ ଯବାନମାନଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । ଏହାପରେ ରାଜ୍ୟପାଳ ଏସ୍‌ସି ଜମିର ନିଜର ବଜେଟ ଅଭିଭାଷଣ ପ୍ରଦାନ କରିଥିଲେ ।

ନିଜ ଅଭିଭାଷଣରେ ରାଜ୍ୟର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ରାଜ୍ୟପାଳ ସୂଚନା ଦେଇଥିଲେ । ଓଡିଶାର ଓ ଭାଷାର ଇଂରାଜୀରେ ନାମ ଓରିଶାରୁ ଓଡିଶା, ଓରିଆକୁ ଓଡିଆ ଭାବେ ପରିବର୍ତ୍ତନ, ଓଡିଆ ଭାଷାଙ୍କୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ, କୃଷକଙ୍କ ପାଇଁ ଇ-କାରବାର ପ୍ରକ୍ରିୟା, ଆମ ଗାଁ ବିକାଶ କାର୍ଯ୍ୟକ୍ରମ ଓ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଅଭିଭାଷଣରେ ସୂଚନା ପ୍ରଦାନ କରିଥିଲେ ।

- Advertisement -

ରାଜ୍ୟପାଳ ଭାଷଣ ଆରମ୍ଭ କରିବା ସମୟରେ ବିରୋଧିଦଳ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ବିରୋଧିଦଳ  ନେତା ନରସିଂହ ମିଶ୍ର ଏହାକୁ ବିରୋଧ କରିଥିଲେ । କଂଗ୍ରେସ ଦଳ ପକ୍ଷରୁ କକ୍ଷ ତ୍ୟାଗ କରାଯାଇଥିଲା । ଅଭିଭାଷଣରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି , କୃଷି ପ୍ରସଙ୍ଗରେ ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ସେ ବିଷୟରେ କିଛି ନ ଥିବା, ସରକାର ନିଜ କଥା ରଖି ନ ଥିବା କଥା ପ୍ରକାଶ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ କଂଗ୍ରେସର ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ ।

ସରକାର ନିଜ କଥା ଏହି ଅଭିଭାଷଣରେ ପ୍ରକାଶ କରିଥିବା କଥା କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି ।

ସେହିପରି ଏହି ଅଭିଭାଷଣରେ କିଛି ନୂଆ କଥା ନାହିଁ । ସରକାର ନିଜ ପ୍ରତିଶୃତି ପାଳନ କରି ନ ଥିବା କଥା ବିଜେପି ବିଧାୟକ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।

ବିରୋଧି ଦଳ ବେଜିଟ ଅଭିଭାଷଣ ନ ଶୁଣି ବିରୋଧି ଦଳ ନେତା ଛାନିଆଁ ହେଉଥିବା କଥା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories