www.samajalive.in
Sunday, December 14, 2025
26.1 C
Bhubaneswar

ସିକ୍ୟୁରିଟି ବନ୍ଧୁକରେ ଗୁଳି କରି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ସ୍ବାମୀ ଗିରଫ

ଭଦ୍ରକ: କୁହାଯାଏ ସାତ ଜନ୍ମର ସାଥୀ ହେଉଛି ସ୍ବାମୀ । ହେଲେ ଗୋଟିଏ ଜନ୍ମର ସାଥୀକୁ ସହ୍ୟ କରି ପାରିଲେନି ସ୍ବାମୀ । ଫଳରେ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଛନ୍ତି ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲାରେ ଘଟିଯାଇଛି । ପୁଲିସ ଅଭିଯୁକ୍ତ ସ୍ବାମୀ ଗିରଫ କରିଥିବା ବେଳେ ସ୍ତ୍ରୀର ମୃତଦେହ ଓ ହତ୍ୟା କରାଯାଇଥିବା ବନ୍ଧୁକକୁ ପୁଲିସ ଜବତ କରିଛି ।

ସୂଚନାଯୋଗ୍ୟ, ଭଦ୍ରକ ଜିଲା ଧୁଷୁରୀ ଥାନା ଅନ୍ତର୍ଗତ ଅର୍ଜୁନପୁର ଅଞ୍ଚଳର ଗୌତମ ମହାରଣ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ମହାରଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଗୌତମ ମହାରଣ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣା ମହାରଣ ଭଦ୍ରକ ସହରର ଚରମ୍ପା ଡାହଣଗଡିଆ ନିକଟରେ ଏକ ଭଡା ଘରେ ରହୁଥିଲେ । ଆଜି ସକାଳେ ଉଭୟ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏଥିରେ ଗୌତମ ଉତକ୍ଷିପ୍ତ ହୋଇ ତାଙ୍କ ସ୍ତ୍ର ଉପରକୁ ଗୁଳି ଚଳାଇଥିଲେ । ଫଳରେ ଗୁଳି ତାଙ୍କ ଛାତିରେ ବାଜିଥିଲା । ଘଟଣାଟସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିବା ସହ ମୃତଦେହ ଜବତ କରି ଜିଲା ମୁଖ୍ୟ ଚିକତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୁକ୍ତ ଗୌତମ ସିକ୍ୟୁରିଟି କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି । ତାଙ୍କୁ ମିଳିଥିବା ବନ୍ଧୁକରେ ସେ ନିଜ ସ୍ତ୍ରୀଙ୍କୁ ହତ୍ରା କରିଥିବା ଜଣାପଡିଛି । ଗୌତମ ମାନସିକ ବିକୃତ ଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories