www.samajalive.in
Monday, December 15, 2025
26.1 C
Bhubaneswar

ଅପରେସନ ସିନ୍ଦୂରରେ ପୁଞ୍ଚରେ ପ୍ରାଣ ହରାଇଥିବା ପରିବାରକୁ ନିଯୁକ୍ତି ପତ୍ର ବାଣ୍ଟିଲେ

ସମାଜ ଡିଜିଟାଲ ଡେସ୍କ: ଜମ୍ମୁ-କାଶ୍ମୀର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପୁଞ୍ଚରେ ପହଞ୍ଚିବା ପରେ ଗୁଳିବର୍ଷାରେ ପ୍ରଭାବିତ ଲୋକଙ୍କୁ ଭେଟିଛନ୍ତି । ଏଠାରେ ପାକିସ୍ତାନ ଉପରେ ବର୍ଷିଛନ୍ତି ଅମିତ ଶାହ । ସେ କହିଛନ୍ତି ଯେ ପାକିସ୍ତାନ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ସାଧାରଣ ନାଗରିକ ଏବଂ ଧାର୍ମିକ ସ୍ଥାନ ଗୁଡିକୁ ଟାର୍ଗେଟ କରିଥିଲା । ଅପରେସନ ସିନ୍ଦୂର ପାକିସ୍ତାନକୁ ଉଚିତ ଜବାବ ଦେଇଛି ।

ଆମେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ମୁଖ୍ୟାଳୟକୁ ଧ୍ୱଂସ କରିଛୁ । ଏହାସହିତ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ଗୁଳିବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ନିଯୁକ୍ତି ପତ୍ର ଦେଇଛନ୍ତି ଗହମନ୍ତ୍ରୀ । ଜମ୍ମୁ-କାଶ୍ମୀରର ବିକାଶ ଥମିବନି, ପୂର୍ବ ଭଳି ବିକାଶ କାର୍ଯ୍ୟ ଜାରି ରହିବ ବୋଲି ଶାହ କହିଛନ୍ତି । ଖାଲି ସେତିକି ନୁହେଁ ଜମ୍ମୁ କାଶ୍ମୀର ସରକାର, କେନ୍ଦ୍ର ସରକାର ଏବଂ ଦେଶବାସୀଙ୍କ ଭାବନା ଆପଣଙ୍କ ସହିତ ଜଡିତ ହୋଇ ରହିଛି ବୋଲି ଅମିତ ଶାହ କହିଛନ୍ତି ।

- Advertisement -

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories