www.samajalive.in
Friday, December 5, 2025
23.1 C
Bhubaneswar

ଅଡ଼ୁଆରେ ଅରଶଦ ଓ୍ବାରସି, ଠକେଇ ଅଭିଯୋଗରେ ସେବିର ବଡ଼ କାର୍ଯ୍ୟାନୁଷ୍ଠାନ

ମୁମ୍ବଇ: ଏକ ଗମ୍ଭୀର ଆର୍ଥିକ ଠକେଇ ମାମଲାରେ ଫସିଛନ୍ତି ବଲିଉଡ଼ ଅଭିନେତା ଅରଶଦ ଓ୍ବାରସି। ଷ୍ଟକ୍ ବଜାରରେ ହେରଫେର ଅଭିଯୋଗରେ ଅରଶଦ ଓ୍ବାରସି, ତାଙ୍କ ପତ୍ନୀ ମାରିଆ ଗୋରେଟ୍ଟୀ ଏବଂ ଅନ୍ୟ ୫୭ ଜଣଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି)। ଏ ସମସ୍ତଙ୍କୁ ଶେୟାର ବଜାରରେ ଟ୍ରେଡିଂ କରିବାରୁ ନିଷେଧ କରାଯାଇଛି। ଏଥିସହ ବଡ଼ ଧରଣର ଜରିମାନା ଲଗାଇବା ସହ ଅବୈଧ ରୋଜଗାର ଅର୍ଥ ଫେରାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ସେବି ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଠକେଇ ‘ପମ୍ପ ଆଣ୍ଡ ଡମ୍ପ’ ସ୍କିମ ନାଁରେ କରାଯାଇଥିଲା। ଏଥିରେ କିଛି ଶେୟାରର ମୂଲ୍ୟ ପ୍ରଥମେ ଅପ୍ରାକୃତିକ ଭାବରେ ବୃଦ୍ଧି କରାଯାଇଥିଲା ଏବଂ ତା’ପରେ ସେଗୁଡ଼ିକୁ ଅଧିକ ମୂଲ୍ୟରେ ବିକ୍ରୟ କରି ବିପୁଳ ଲାଭ ଅର୍ଜନ କରାଯାଇଥିଲା। ସାଧାରଣ ନିବେଶକମାନେ ଏହି ଶେୟାରରେ ନିବେଶ କରି ବହୁତ କ୍ଷତି ସହିଛନ୍ତି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories