ବିମାନରେ କାହିଁକି ଦିଆଯାଇ ଧଳା ରଙ୍ଗ, ଜାଣନ୍ତୁ

0

ନୂଆଦିଲ୍ଲୀ: ଅଧିକାଂଶ ବିମାନରେ ଧଳା ରଙ୍ଗ ଦିଆଯାଇଥାଏ । ମାତ୍ର ଏମିତି ନୁହେଁ ଯେ ସମସ୍ତ ବିମାନର ରଙ୍ଗ ଧଳା , ଅନ୍ୟ ରଙ୍ଗରବି ବିମାନ ରହିଛି। ମାତ୍ର କେତକ ବିମାନକୁ ଅନ୍ୟା ରଙ୍ଗ ଦିଆଯାଇଥାଏ । ମାତ୍ର ନିମ୍ନ ବର୍ଣ୍ଣିତ  କାରଣ ଯୋଗୁଁ ବିମାନମାନଙ୍କରେ ଧଳା ରଙ୍ଗ ଦିଆଯାଇଥାଏ ।

ବିମାନମାନଙ୍କରେ ୬୫ ଗ୍ୟାଲନ ରଙ୍ଗ ବ୍ୟବହାର କରାଯାଇଥାଏ । ଧଳା ରଙ୍ଗ ଦିଆଯିବାଯୋଗୁଁ ସୂର୍ଯ୍ୟଙ୍କ ରଶ୍ମୀ ଓ ବିକିରଣ ଯୋଗୁଁ ହେଉଥିବା କ୍ଷତିକୁ କମ୍‌ କରାଯାଇ ପାରେ ।

ଧଳାରଙ୍ଗ ଯୋଗୁଁ ସୂର୍ଯ୍ୟଙ୍କର ବିଭିନ୍ନ ରଶ୍ମୀ ପ୍ରତିପଳିତ ହୋଇଥାଏ । ଏଥିଯୋଗୁଁ ବିମାନରେ ଲାଗିଥିାବ କାଚ, ପ୍ଲାଷ୍ଟିକ ଓ ବିଭିନ୍ନ ମିଶ୍ର ଧାତୁକୁ ନଷ୍ଟ ହେବାରୁ ରକ୍ଷା କରାଯାଇପାରେ ।

prayash

ଅନ୍ୟ ରଙ୍ଗ ଦିଆଗଲେ ଧୀରେ ଧୀରେ ଏହା ଧଳାଆଶିଆ ହୋଇଯାଇଥାଏ। ମାତ୍ର ଧଳା ରଙ୍ଗ ଦେଲେ ବାରମମ୍ବାର ରଙ୍ଗ ଦେବାକୁ ପଡେ ନାହିଁ । ରକ୍ଷଣ ବେକ୍ଷଣରେ କମ୍‌ ଖର୍ଚ୍ଚ କରାଯାଇଥାଏ ।

ଏହି କାରଣରୁ ଅଧିକାଂଶ ବିମାନକୁ ଧଳା କିମ୍ବା ସାମାନ୍ୟ ଧୂସର ରଙ୍ଗରେ ରଙ୍ଗ ଦିଆଯାଇଥାଏ ।

Leave A Reply