www.samajalive.in
Wednesday, December 10, 2025
15.1 C
Bhubaneswar

ବିଜେପିର ବିଜୟ ପରେ ବିକାଶ ଦେଖିବେ ପିପିଲିବାସୀ :ଡି. ପୁରନ୍ଦେଶ୍ୱରୀ

ପିପିଲି-ଡେଲାଙ୍ଗ: ଶାସକ ବିଜେଡି ପିପିଲିକୁ ସର୍ବଦା ଅବହେଳା କରିଆସିଛି। ପୂର୍ବରୁ ଏହି ନିର୍ବାଚନମଣ୍ଡଳୀରେ ଦିବଙ୍ଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ କୌଣସି ବିକାଶମୂଳକ କାର୍ଯ୍ୟ କରିନାହାଁନ୍ତି। ପିପିଲିରେ ବେକାରୀ ସବୁଠୁ ବଡ ସମସ୍ୟା। ନିଯୁକ୍ତି ନଥିବା ଯୋଗୁଁ ଏହି ଅଂଚଳର ଲୋକମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଆଉ ଆଗାମୀ ଦିନରେ ଏପରି ସମସ୍ୟା ଦେଖିବାକୁ ମିଳିବ ନାହିଁ ପିପିଲିର ବିକାଶ ପାଇଁ ପିପିଲିବାସୀ ନିଶ୍ଚିତ ଭାବେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିବେ ବୋଲି ପିପିଲି ପ୍ରଚାର ସମୟରେ କହିଛନ୍ତି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ କହିଛନ୍ତି।
ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ବିଜେଡି ସରକାର ମହିଳାଙ୍କ ନାମରେ କେବଳ ଭୋଟ ବ୍ୟାଙ୍କ ରାଜନୀତି କରେ। ନିର୍ବାଚନ ସରିଗଲେ ବିଜେଡି ସରକାର ମହିଳାଙ୍କ କଥା ଭୁଲିଯାଏ। କିନ୍ତୁ ଅପରପକ୍ଷେ ବିଜେପି ସର୍ବଦା ମହିଳାଙ୍କୁ ସମ୍ମାନ ଦିଏ। କେବଳ ମହିଳାଙ୍କ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାସ ଯୋଜନା, ଜନଧନ ଯୋଜନା, ମାତୃତ୍ୱ ବନ୍ଦନ, ମାତୃତ୍ୱ ସୁରକ୍ଷିତ, ବେଟି ପଢାଓ ବେଟି ବଚାଉ, ସୁକନ୍ୟା ସମୃଦ୍ଧି, ଉଜ୍ଜଳା ଯୋଜନା, ସ୍ୱଚ୍ଛ ଭାରତ ଅନ୍ତର୍ଗତ ଶୌଚାଳୟ ନିର୍ମାଣ ଆଦି ଅନେକ ଯୋଜନା କରାଯାଇଛି। ପିପିଲିରେ ଗତ ଫନି ବାତ୍ୟାରେ ମିଳିଥିବା କ୍ଷତିପୂରଣକୁ ବିଜେଡି ସରକାର କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଂଚାଇ ପାରିଲା ନାହିଁ। ପିପିଲିରେ କୌଣସି କ୍ଷୁଦ୍ର ଶିଳ୍ପାଞ୍ଚଳ ନାହିଁ। କେବଳ ପିପିଲିରେ ବୋମା ବନାଇବା ଇଣ୍ଡଷ୍ଟ୍ରି ରହିଛି ବୋଲି ପ୍ରଚାର ସମୟରେ ପିପିଲିବାସୀ ଅଭିଯୋଗ କରିଥିଲେ।

ଓଡିଶାରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢିବାରେ ଲାଗିଛି। ମହିଳାଙ୍କ ପାଇଁ ଓଡିଶା କ୍ରାଇମ କ୍ୟାପିଟାଲ ପାଲଟିଛି। ଶିଶୁ ତସ୍କରୀରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି। ରାଜ୍ୟରେ ବିଗତ ୫ ବର୍ଷରେ ୨୨ ହଜାରରରୁ ଉଦ୍ଧ୍ୱର୍ ଶିଶୁ ନିଖୋଜ ହୋଇଛନ୍ତି। ରାଜ୍ୟରେ ମହିଳାଙ୍କୁ ସମ୍ମାନ ଓ ଶିଶୁଙ୍କୁ ସୁରକ୍ଷା ଏବଂ ଯୁବପିଢୀଙ୍କୁ ନିଯୁକ୍ତି ମିଳିବା ପାଇଁ ପିପିଲି ବାସୀ ବିଜେପିକୁ ସମର୍ଥନ କରିବେ ବୋଲି ସୁନିଶ୍ଚିତ କରିଛନ୍ତି। ୨୦୧୯ ନିର୍ବାଚନ ହାରିବା ପରେ ବି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଲଗାତାର ପିପିଲିବାସୀଙ୍କ ସୁଖ ଦୁଃଖରେ ନିଜକୁ ସାମିଲ କରିଛନ୍ତି ବୋଲି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି।
ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଜଇଶପାଟଣା ଛକରୁ ବାହାରି ଶିଉଳି, କୁଞ୍ଜର, ମାଟିଆପଡା, ଗୋବିନ୍ଦପୁର, ଲକ୍ଷ୍ମୀନାରାୟଣପୁର ଗାଁ ବୁଲି ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସପକ୍ଷରେ ପ୍ରଚାର କରିବା ସହ ପିପିଲି ଠାରେ ଏକ ମହିଳା ସମାବେଶକୁ ସମ୍ଭୋଧିତ କରିଥିଲେ। ଏହା ପରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କୌଶଲ୍ୟାଗଙ୍ଗ, ପୂର୍ବଶାସନ, ଓରକୋଳ, ପବରଙ୍ଗା, ତାମସରା ଆଦି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ପିପିଲିବାସୀ ପରିବର୍ତନ ଚାହୁଁଛନ୍ତି। ଓଡିଶାରେ ପରିବର୍ତନ ପିପିଲି ଉପନିର୍ବାଚନରୁ ଆରମ୍ଭ ହେବ ଏବଂ ନୂଆ ଇତିହାସ ସୃଷ୍ଟି କରିବ ବୋଲି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି। ଏହି ଅବସରରେ ବିଜେପି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories