BJD Bijuli 480×75 Mob

ଖରାଦିନେ ପାଣି ପାଇଁ ପ୍ରତିବାଦ

BJD Bijuli 480×75 Mob

ଗଜପତି: ପାଣି ପାଇଁ ଗରା , ବାଲଟି ଧରି ୩୨୬ ନଂ ଜାତୀୟ ରାଜପଥ ଅବରୋଧ ହୋଇଛି। ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ଛେଳିଗଡ ଗାଁରେ ପାଣି ସମସ୍ୟାକୁ ନେଇ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରୁଛନ୍ତି ମହିଳାମାନେ । ଫଳରେ ମୋହନାଠାରୁ ଜିଲ୍ଳା ସଦର ମହକୁମା ପାରଳାଖେମୁଣ୍ଡିକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗାଁରେ ଗ୍ରୀଷ୍ମ ଋତୁରେ ଜଳଯୋଗାଣ ଠପ୍ ହୋଇପଡିଥିବାବେଳେ ଗ୍ରାମବାସୀମାନେ ପାଣି ସମସ୍ୟା ଭୋଗି ଆସୁଛନ୍ତି। ପାଣି ସମସ୍ୟାକୁ ନେଇ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଫଳରେ ବାଧ୍ୟ ହୋଇ ମହିଳାମାନେ ଆଜି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।

 

Comments are closed.