www.samajalive.in
Saturday, December 6, 2025
15.1 C
Bhubaneswar

ବ୍ରାଜିଲରେ ଅବିଶ୍ରାନ୍ତ ବର୍ଷା, ୫୬ ମୃତ

ରିଓ ଡି’ଜେନିରୋ : ଲାଟିନ ଆମେରିକୀୟ ରାଷ୍ଟ୍ର ବ୍ରାଜିଲର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାଜନିତ ଘଟଣାରେ ୫୬ ଜଣ ପ୍ରାଣ ହରାଇଥିବାବେଳେ ୭୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଇଛି। ଉରୁଗୁଏ ଏବଂ ଆର୍ଜେଣ୍ଟିନାକୁ ଲାଗିଥିବା ଏହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ୨୩ ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଅବିଶ୍ରାନ୍ତ ବର୍ଷାରେ ରିଓ ଗ୍ରାଣ୍ଡେ ଡୋ ସୁଲ୍‌ ପ୍ରଦେଶର ୪୯୭ଟି ସହର ପ୍ରଭାବିତ ହୋଇଥିବା ଜଣାପଡିଛି।ଅଧିକାଂଶ ସହରରେ ବର୍ଷାଜଳ ରାସ୍ତା ଉପରେ ପ୍ରବାହିତ ହେଉଥିବାବେଳେ ଏହା ନଦୀର ଭ୍ରମ ସୃଷ୍ଟି କରିଛି। କେତେକ ସ୍ଥାନରେ ଭୂସ୍ଖଳନ ଘଟିଥିବାବେଳେ ଏକ ନଦୀବନ୍ଧ ଆଂଶିକ ଭୁଶୁଡି ପଡିଛି। ଅନ୍ୟ ଏକ ନଦୀବନ୍ଧ ଭୁଶୁଡିବା ଅବସ୍ଥାରେ ଥିବାରୁ ସ୍ଥାନୀୟ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories