www.samajalive.in
Saturday, December 6, 2025
16.1 C
Bhubaneswar

କାନାଡ଼ା ବିନା ପ୍ରମାଣରେ ଭାରତକୁ ଦୋଷାରୋପ କରୁଛି: ଜୟଶଙ୍କର

ଭୁବନେଶ୍ଵର: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ କାନାଡ଼ା ପୁଲିସ ୩ ଭାରତୀୟଙ୍କୁ ଗିରଫ କରିବା ସହିତ ଘଟଣାରେ ଭାରତ ସରକାରଙ୍କ ସମ୍ପୃକ୍ତି ରହିଥିବା ନେଇ ପୁନର୍ବାର ଅଭିଯୋଗ କରିଛି। ତେବେ ଏହା ଭିତ୍ତିହୀନ ଏବଂ ବିନା ତଥ୍ୟପ୍ରମାଣରେ କାନାଡ଼ା ଭାରତକୁ ନିନ୍ଦା କରୁଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏନ. ଜୟଶଙ୍କର।

ଶନିବାର ଓଡ଼ିଶା ଗସ୍ତରେ ଆସିଥିବା ଜୟଶଙ୍କର ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ୍ଜାର ହତ୍ୟା ମାମଲାରେ କହିଥିଲେ ଯେ, ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟାକୁ ନେଇ କାନାଡ଼ାରେ ଯାହାସବୁ ଘଟୁଛି, ସେସବୁ ସେମାନଙ୍କର ଆଭ୍ୟନ୍ତରୀଣ ରାଜନୀତି। ଏଥିରେ ଭାରତର କୌଣସି ନେଣଦେଣ ନାହିଁ। ସେ କହିଥିଲେ ଯେ, କାନାଡ଼ା ସଂଘଠିତ ଅପରାଧକୁ ପ୍ରଶ୍ରୟ ଦେଇଛି। ବିଶେଷକରି ଭାରତୀୟ ଅପରାଧୀମାନଙ୍କୁ ସେଠାରେ ଆଶ୍ରୟ ଦେଇ ବିଭିନ୍ନ ଦେଶରେ ଅପରାଧ ଘଟାଇବା କାର୍ଯ୍ୟ ସମ୍ପାଦନ କରାଯାଉଛି। ବର୍ତ୍ତମାନ ଯେଉଁ ୩ ଭାରତୀୟ ଗିରଫ ହୋଇଛନ୍ତି ସେମାନେ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗର ବୋଲି ଜଣାପଡ଼ିଛି। କାନାଡ଼ାରେ ଅନେକ ସମୟରେ ଗ୍ୟାଙ୍ଗ୍‌ ୱାର ଚାଲୁଛି। ଏଥିପାଇଁ ସେମାନେ ଭାରତକୁ ଦୋଷାରୋପ କରୁଛନ୍ତି । କିନ୍ତୁ ସରକାରଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ଦାଖଲ କରୁନାହାନ୍ତି ବୋଲି ଜୟଶଙ୍କର କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories