BJD Bijuli 480×75 Mob

ପାଣିଚିରି ପକ୍ଷୀ ଅଣ୍ଡାରୁ ଫୁଟିଲେ ଛୁଆ, ବନବିଭାଗର ସତର୍କ ଦୃଷ୍ଟି

BJD Bijuli 480×75 Mob

ଗୁରୁଡିଝାଟିଆ: କଖଡିର ମହାନଦୀ ପଠାରେ ପାଣିଚିରି ଅଣ୍ଡାରୁ ଫୁଟିଲେଣି ଛୁଆ। ଚଳିତବର୍ଷ ବନ ବିଭାଗର ଗଣନା ଅନୁଯାୟୀ ୧୬୫ଟି ପାଣିଚିରି ଦେଖାଦେଇଥିଲେ। ଏବେସୁଦ୍ଧା ୮୨ଟି ଅଣ୍ଡା ଦେଇସାରିଲେଣି । ଅଣ୍ଡାରୁ ବର୍ତ୍ତମାନ ସୁଦ୍ଧା ୩୫ଟି ଛୁଆ ଫୁଟିଲେଣି। ସେମାନଙ୍କ କିଚିରିମିଚିରି ଶବ୍ଦ ପରିବେଶବିତ୍ମାନଙ୍କ ମନରେ ଆନନ୍ଦ ସୃଷ୍ଟି କରିଛି। ଆଗକୁ ଆହୁର ଅଧିକ ଛୁଆ ସୃଷ୍ଟି ହେବେ। ଅଣ୍ଡା ଓ ଛୁଆର ସୁରକ୍ଷା ପାଇଁ ଆଠଗଡ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଏହାସହିତ ସ୍ଥାନୀୟ ବାସିନ୍ଦା ଓ ମତ୍ସ୍ୟଜୀବିମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଉଅଛି। ପ୍ରକାଶ ଯୋଗ୍ୟ ସମଗ୍ର ବିଶ୍ୱରେ ବିଲୁପ୍ତପ୍ରାୟ ପାଣିଚିରିଙ୍କ ସଂଖ୍ୟା ୪ହଜାର ହୋଇଥିବା ବେଳେ ଆଠଗଡ ଅଞ୍ଚଳର ମହାନଦୀ ପଠାରେ ଦୀର୍ଘବର୍ଷ ଧରି ଅଣ୍ଡାଦେବା ଓ ସେଥିରୁ ଛୁଆ ଫୁଟାଇବା ଅନୁକୂଳ ପରିବେଶକୁ ସୁଚାଉଛି। ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁଙ୍କ କହିବା ମୁତାବକ ଡିସେମ୍ବର ଶେଷ ଓ ଜାନୁଆରୀ ପ୍ରଥମ ସପ୍ତାହରେ ପାଣିଚିରି କଖଡିର ମହାନଦୀ ପଠାକୁ ଆସିଥାନ୍ତି।

ସେଠାରେ ଅନୁକୂଳ ପରିବେଶ ଓ ସୁରକ୍ଷା ପାଇଁ ମାର୍ଚ୍ଚ ଶେଷ ସପ୍ତାହ ଓ ଅପ୍ରେଲ ପ୍ରଥମ ସପ୍ତାହ ବେଳକୁ ପାଣିଚିରି ପକ୍ଷୀ ଅଣ୍ଡାଦେବା ଆରମ୍ଭ କରିଥାନ୍ତି। ଯାହାକି ଏବେ ଅଣ୍ଡା ଫୁଟି ଛୁଆ ସୃଷ୍ଟି ହେଲେଣି। ସେମାନଙ୍କ ଅନୁକୂଳ ପରିବେଶକୁ ଯେଭଳି ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ବନକର୍ମଚାରୀମାନେ ସଜାଗ ଦୃଷ୍ଟିଦେବା ସହିତ ସଚେତନତା ମଧ୍ୟ କରିଛନ୍ତି।

ପାଣିଚିରି ପକ୍ଷୀର ରଙ୍ଗ ସାଧାରଣତଃ କଳା ଓ ଧଳାହେଇଥିବା ବେଳେ ଥଣ୍ଟର ଅଗ୍ରଭାଗ ହଳଦୀଆ ଓ ଲାଲ ହୋଇଥାଏ। ପାଣିରୁ ମାଛ ଖାଇବା ପାଇଁ ଥଣ୍ଟର ତଳପାର୍ଶ୍ବ ଅଧିକ ଲମ୍ବ ହୋଇଥାଏ। ପ୍ରକୃତିର ଜୈବ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ପାଣିର ତଳ ଅଂଶକୁ ପରିଷ୍କାର କରିବା କ୍ଷେତ୍ରରେ ପାଣିଚିରି ପକ୍ଷୀଙ୍କ ଭୂମିକା ଅତୁଳନୀୟ।

ଆଗାମୀ ଦିନରେ ରାଜ୍ୟ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ମଧ୍ୟ ପ୍ରଦେଶର ଚମ୍ବଲରେ ଯେଭଳି ପାଣିଚିରି ପକ୍ଷୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ସେଭଳି କଖଡି ମହାନଦୀ ପଠାରେ ସେଭଳି ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ପରିବେଶବିତ୍ମାନେ ଦାବି କରିବା ସହିତ ଯେଭଳି ମହାନଦୀର ଜଳସ୍ତର ଠିକ ରହିବ ସେଥିପାଇଁ ଦୃଷ୍ଟିଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

Comments are closed.