www.samajalive.in
Saturday, December 6, 2025
14.1 C
Bhubaneswar

ଶନିବାର ପାଇଁ ୫ଟି ବିଶେଷ ଉପାୟ : ପ୍ରସନ୍ନ ହେବେ ଶନି ଦେବ,ଖୋଲିବ ବନ୍ଦ ଭାଗ୍ୟର ତାଲା..

ସନାତନ ଧର୍ମରେ ସପ୍ତାହର ୭ ଦିନ ଦେବାଦେବୀଙ୍କୁ ସମର୍ପିତ। ସେହିପରି ଶନିବାର ଦିନ କର୍ମଫଳଦାତା ଶନିଦେବଙ୍କୁ ସମର୍ପିତ। ମାନ୍ୟତା ଅନୁଯାୟୀ, ଶନିଦେବତା ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁଯାୟୀ ଫଳ ପ୍ରଦାନ କରି ଥାଆନ୍ତି। ଶନିବାର ଦିନ କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଶନିଦେବ ପ୍ରସନ୍ନ ହେବା ସହ ଜୀବନରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଜାଣନ୍ତୁ..

ହିନ୍ଦୁ ଧର୍ମରେ ଦାନ କରିବା ପୁଣ୍ୟର କାର୍ଯ୍ୟ ବୋଲି ମାନ୍ୟତା ରହିଛି। ଶନିବାର ଦିନ ରାଶି, କଳା ବିରି, ତେଲ, ଗୁଡ, କଳା ବସ୍ତ୍ର କିମ୍ବା ଲୁହାର ଦାନ କରିବା ଦ୍ୱାରା ଶନିଦେବଙ୍କ କୃପା ସର୍ବଦା ରହିଥାଏ। ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ।

ବାସ୍ ଏହି ଗୋଟିଏ ଉପାୟ: ଶିବ,ଶନି ହେବେ ପ୍ରସନ୍ନ ,ରାହୁ ଦୋଷ ଦୂର ହୋଇ ରୋଗ, କଷ୍ଟ ହେବ ଦୂର..

- Advertisement -

ଅନେକ ପରିଶ୍ରମ କରିବା ପରେ ମଧ୍ୟ ଫଳ ନ ମିଳିବା, ଚାକିରି ନମିଳୁଥାଏ, ଶନିବାର ଦିନ ଅଶ୍ୱତ୍ଥବୃକ୍ଷ ମୂଳରେ ୯ଟି ଦୀପ ଲଗାନ୍ତୁ। ଏହାପରେ ପରିକ୍ରମା କରନ୍ତୁ। ଏହାଦ୍ୱାରା ଚାକିରି ମିଳିବା ସହ ଶନିଦେବ ପ୍ରସନ୍ନ ହୋଇଥାଆନ୍ତି।

ଆର୍ଥିକ ସମସ୍ୟା ଲାଗି ରହୁଥିଲେ, ଅଯଥାରେ ଟଙ୍କା ଖର୍ଚ୍ଚ ହେଉଥିଲେ, ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ ଦୀପ ଲଗାଇବା ସମୟରେ ଏକ ଲବଙ୍ଗ ସେଥିରେ ପକାନ୍ତୁ। ଏହାଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାଆନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ଯେଉଁମାନଙ୍କ ଜାତକରେ ଶନି ଦୋଷ ଅଛି, ଶନିବାର ଦିନ ଶନିଙ୍କ ମନ୍ତ୍ର ଜପ କରନ୍ତୁ। ଘରେ କିମ୍ବା ମନ୍ଦିର ଯାଇ ଏହି ମନ୍ତ୍ରର ଜପ କରି ପାରିବେ।

୧୦୦ ବର୍ଷ ପରେ ଅକ୍ଷୟ ତୃତୀୟାରେ ବିଶେଷ ଯୋଗ: ସୁନାଭଳି ଚମକିବ ଏସବୁ ରାଶିଙ୍କ ଭାଗ୍ୟ; ଚାକିରିରେ ସଫଳତା ସହ ହେବ ଧନବର୍ଷା..

ଶନିବାର ଦିନ ଶନିଙ୍କ କୃପା ପ୍ରାପ୍ତି ପାଇଁ କାଉ, କଳାରଙ୍ଗର କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ। ମାନ୍ୟତା ଅନୁଯାୟୀ, ଶନିଦେବ ପ୍ରସନ୍ନ ହେବା ସହ କୃପା ପ୍ରାପ୍ତି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories