www.samajalive.in
Saturday, December 6, 2025
23.1 C
Bhubaneswar

ଗଞ୍ଜେଇ ଧରପଗଡ ଜୋରଦାର, ମାସକ ଭିତରେ ୪୧ କ୍ବିଣ୍ଟାଲ ଜବତ

ଫୁଲବାଣୀ : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ପୁଲିସ ପକ୍ଷରୁ ଧରପଗଡ ଜୋରଦାର କରାଯାଇଛି। ବିଶେଷ କରି ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣ ଏକ ମୂଖ୍ୟ ସମସ୍ୟା ହୋଇଥିବା କାରଣରୁ ଏ ଦିଗରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯିବା ସହିତ ଚଢ଼ାଉ ଅଭିଯାନ ତ୍ବରାନ୍ବିତ କରାଯାଇଛି। ଗତ ଏକ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪୧ କ୍ବିଣ୍ଟାଲ ୪୮ କିଲୋ ଗଞ୍ଜେଇ ଜବତ କରା ଯାଇଥିବା  ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ।
ସୂଚନା ଅନୁଯାୟୀ, ଗୋଚ୍ଛାପଡା ଥାନା ଅଞ୍ଚଳରେ ୨୧ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ଫିରିଙ୍ଗିଆ ଥାନା ଅଞ୍ଚଳରେ ୧୦ କ୍ବିଣ୍ଟାଲ ଏବଂ ସଦର ଥାନା ଅଞ୍ଚଳରେ ୨୪୮ କିଲୋ ଜବତ ହୋଇଛି। ଏ ନେଇ ଗୋଚ୍ଛାପଡା ଥାନାରେ ୨ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ଫିରିଙ୍ଗିଆ ଥାନାରେ ୩ଟି ଓ ସଦର ଥାନାରେ ଗୋଟିଏ ମାମଲା ରୁଜ୍ଜୁ କରାଯାଇଛି। ତେବେ ଏହି ସବୁ ମାମଲାରେ କେହି ଗିରଫ ହୋଇ ନାହାନ୍ତି। ଏହି ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତ ଥିବା ଗୋଚ୍ଛାପଡା ଥାନା ଗିଡାପଦରର ପାଟୁ କହଁର ଓ ସଲାଗୁଡାର ରାମଚନ୍ଦ୍ର କହଁର ନାମକ ଦୁଇ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ଓ ସେମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରି ରହିଥିବା ଏସଡିପିଓ ସୂଚନା ଦେଇଛନ୍ତି। ଗଞ୍ଜେଇ ଧରପଗଡ ପାଇଁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସବୁ ଥାନା ଅଧିକାରୀ ମାନଙ୍କୁ ନେଇ ଦୁଇଟି ସ୍ବତନ୍ତ୍ର ଟିମ ଗଠନ କରାଯାଇଛି। ଆଗକୁ ଏହି ଅଭିଯାନ ଅଧିକ ଜୋରଦାର କରାଯିବ ବୋଲି ଏସଡିପିଓ ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories