ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ହାଟସାହିରେ ପିଇବା ପାଣି ସମସ୍ୟା ଉତ୍କଟ ହୋଇଥିବା ବେଳେ ଶନିବାର ସକାଳୁ ହାଟସାହିର ଶତାଧିକ ମହିଳା ଗରା ବାଲତି ରଖି ରାସ୍ତାରୋକ କରିଛନ୍ତି। ପାଟଣା – କେନ୍ଦୁଝର ରାସ୍ତାର ଟାଙ୍ଗରପଡା ନିକଟରେ ଗ୍ରାମର ମହିଳାମାନେ ଗରା ବାଲତି ରଖି ରାସ୍ତା ଅବରୋଧ କରିଛନ୍ତି। ଗ୍ରାମରେ ବସୁଧା ଯୋଜନାରେ ଲୋକଙ୍କୁ ମିଳୁନାହିଁ ପିଇବା ପାଣି। ଗ୍ରୀଷ୍ମର ପ୍ରଚଣ୍ଡ ଖରାରେ ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। ଆଜି ବାଧ୍ୟ ହୋଇ ଗ୍ରାମର ଶତାଧିକ ମହିଳା ଗରା ବାଲତି ରଖି ରାସ୍ତା ଅବରୋଧ କରିଥିଲେ।
ବାସ୍ ଏହି ଗୋଟିଏ ଉପାୟ: ଶିବ,ଶନି ହେବେ ପ୍ରସନ୍ନ ,ରାହୁ ଦୋଷ ଦୂର ହୋଇ ରୋଗ, କଷ୍ଟ ହେବ ଦୂର..
ଫଳରେ ଯାତାୟାତ ଠପ୍ ହୋଇଯିବା ସହ ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଥିଲା। ଘଟଣାସ୍ଥଳରେ ପାଟଣା ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବା ନେଇ ସରପଞ୍ଚଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା।



