ବାସ୍ ଏହି ଗୋଟିଏ ଉପାୟ: ଶିବ,ଶନି ହେବେ ପ୍ରସନ୍ନ ,ରାହୁ ଦୋଷ ଦୂର ହୋଇ ରୋଗ, କଷ୍ଟ ହେବ ଦୂର..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକଙ୍କ ଜାତକରେ ନବଗ୍ରହ ଓ ନକ୍ଷତ୍ରଙ୍କ ପ୍ରଭାବ ରହିଛି। ଏହାର ପ୍ରଭାବ ଜୀବନ ଉପରେ ମଧ୍ୟ ପଡିଥାଏ। ନବଗ୍ରହଙ୍କ ମଧ୍ୟରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। କର୍ମଫଳ ଦାତା ଓ ନ୍ୟାୟ ଦେବତା ଶନି ଗ୍ରହ ସବୁଠାରୁ ସବୁଠାରୁ ଧିମା ଗତିରେ ଚଳନ କରୁଥିବା ଗ୍ରହ ବୋଲି ମାନ୍ୟତା ରହିଛି। ପ୍ରାୟ ଗୋଟିଏ ରାଶିରେ ଶନି ଅଢେଇ ବର୍ଷ ରହି ଥାଆନ୍ତି। ଏହାସହ ଶନିଙ୍କ ସାଢେସାତୀ ଓ ଦୈତ୍ୟ ଠାରୁ ଆରମ୍ଭ କରି ଶନି ଦୋଷର ପ୍ରଭାବ ରହିଛି। ଯାଦ୍ୱାରା ଆର୍ଥିକ, ମାନସିକ, ଶାରିରୀକ, ପାରିବାରିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ରହିଛି। ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏକ ଖାସ୍ ଉପାୟ ବିଷୟରେ ଜାଣନ୍ତୁ। ଶମି ବୃକ୍ଷ ସହ ଜଡିତ କିଛି ଉପାୟ ଆପଣାଇବା ଦ୍ୱାରା ଶନିଦେବଙ୍କ ସହ ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।

୧୦୦ ବର୍ଷ ପରେ ଅକ୍ଷୟ ତୃତୀୟରେ ବିଶେଷ ଯୋଗ: ସୁନାଭଳି ଚମକିବ ଏସବୁ ରାଶିଙ୍କ ଭାଗ୍ୟ; ଚାକିରିରେ ସଫଳତା ସହ ହେବ ଧନବର୍ଷା..

ଶିବପୁରାଣ ଅନୁଯାୟୀ, ଶମିପତ୍ର ଭଗବାନ ଶିବଙ୍କୁ ଖୁବ୍ ପ୍ରିୟ। ତେଣୁ ଶିବଲିଙ୍ଗରେ ଜଳ ଅର୍ପଣ କରିବା ସହ ଶମିପତ୍ର,ବେଲପତ୍ର ଅର୍ପଣ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ଶିବଙ୍କ ସହ ଶମିପତ୍ର ଭଗବାନ ଶନିଙ୍କ ସହ ସମ୍ବନ୍ଧିତ। ତେଣୁ ଘରେ ସୁଖଶାନ୍ତି, ସମୃଦ୍ଧି ଆଣିବା ପାଇଁ ଶମି ବୃକ୍ଷ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ଶିବ ପୁରାଣରେ ଶମି ବୃକ୍ଷ ସହ ଜଡିତ କିଛି ଉପାୟ ବର୍ଣ୍ଣନା କରାଯାଇଛି। ସେଭଳି ଏକ ଉପାୟ ବିଷୟରେ ଜାଣନ୍ତୁ, ଯାହାର ପାଳନ କରିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ, ଭୟ ଓ ଦୋଷରୁ ମୁକ୍ତି ମିଳିଥାଏ।

ଅକ୍ଷୟ ତୃତୀୟାରେ ସୁନା ନା ଚାନ୍ଦି : କ’ଣ କିଣିଲେ କି ଲାଭ ମିଳେ..

ସାଧାରଣତଃ କୁହାଯାଏ ଶମି ବୃକ୍ଷରେ ଜଳ ଅର୍ପଣ କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ସେଭଳି ଶିବ ପୁରାଣ ଅନୁଯାୟୀ, ଶମି ବୃକ୍ଷରେ ଜଳ ଅର୍ପଣ କରିବା ପୂର୍ବରୁ ସେଥିରେ ଅଳ୍ପ କ୍ଷୀର ମିଶାନ୍ତୁ। ଏହାପରେ ମହାଦେବଙ୍କ ନାମ ସ୍ମରଣ କରି ଏହାକୁ ଅର୍ପଣ କରନ୍ତୁ। ଏହାଦ୍ୱାରା ବ୍ୟକ୍ତିଙ୍କୁ ସମସ୍ତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ନିୟମିତ ଶମି ବୃକ୍ଷର ପୂଜା କରିବା ସହ ଶନିବାର କିମ୍ବା ସୋମବାର ଦିନ ଶମିବୃକ୍ଷର ଡାଳରେ ଲାଲ ରଙ୍ଗର ସୂତା ବାନ୍ଧନ୍ତୁ। ଏହାଦ୍ୱାରା ଶନି ଖୁବ୍ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ଶନିଙ୍କ ସହ ରାହୁ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ।

Comments are closed.