ଭବାନୀପାଟଣା : ଆଜି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ବିଜେଡିର ମିଶ୍ରଣ ପର୍ବରେ ନର୍ଲାର ପୂର୍ବତନ ବିଧାୟକ କୁମର ମଣି ଶବର ବିଜେଡିରେ ଯୋଗ ଦେଇଛନ୍ତି। କଂଗ୍ରେସ ଟିକେଟରେ ୧୯୮୫ ରୁ ୯୦ ଯାଏଁ ବିଧାୟକ ଥିବା ଶ୍ରୀ ଶବର, ପରେ ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ବର୍ତ୍ତମାନ ବିଜେପିରେ ଥିଲେ। ସେହିଭଳି କେସିଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ, କର୍ଲାମୁଣ୍ଡାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପବିତ୍ର ଭୋଇ, ରିଶିଡାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନବୀନ ରଣାଙ୍କ ସମେତ କଂଗ୍ରେସ ଓ ବିଜେପିର କିଛି ନେତା ଆଜି ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ଜିଲ୍ଲା ପର୍ୟ୍ୟବେକ୍ଷକ ପ୍ରଣବ ବଳବନ୍ତରାଏ ସେମାନଙ୍କୁ ବିଜେଡି ଉତ୍ତରୀୟ ଦେଇ ଦଳକୁ ସ୍ଵାଗତ କରିଥିଲେ। ସେମାନଙ୍କ ଯୋଗଦାନ ଦ୍ଵାରା ନର୍ଲା ବ୍ଲକ୍ ଅଞ୍ଚଳରେ ବିଜେଡି ଅଧିକ ଶକ୍ତିଶାଳୀ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
Popular Categories



