BJD Bijuli 480×75 Mob

୮ରେ ରାଜନାଥ ଓ ୧୨ରେ ଓଡ଼ିଶା ଆସିବେ ଅମିତ ଶାହ

BJD Bijuli 480×75 Mob

ଭୁବନେଶ୍ଵର: ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ମଧ୍ୟ ସେତିକି ଜୋରଦାର ହେଉଛି। ଶେଷ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶାରେ ଡେରା ପକାଇବେ ମାଳ ମାଳ କେନ୍ଦ୍ରୀୟ ନେତା । ଖାସକରି ବିଜେପିର କେନ୍ଦ୍ରୀୟ ନେତା ଏବେ ଓଡ଼ିଶା ଉପରେ ଫୋକସ କରିଛନ୍ତି। ଆଜି ଅପରାହ୍ନ ୩ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା  ଏବଂ ରାତି ସାଢେ ୯ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଆସନ୍ତା ୮ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ । ୮ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡା ଗସ୍ତ କରିବେ ।  ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରି ବିଜୟପାଲ ସିଂ ତୋମାର ଏ ନେଇ ସୂଚନା ଦେଇଛନ୍ତି।

Comments are closed.