ପ୍ରତିଭା ଶତପଥୀଙ୍କୁ ମିଳିବ ଗଙ୍ଗାଧର ଜାତୀୟ କବିତା ପୁରସ୍କାର

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଙ୍ଗାଧର ଜାତୀୟ ସମ୍ମାନ ବିଶିଷ୍ଟ କବି ପ୍ରତିଭା ଶତପଥୀଙ୍କୁ ପ୍ରଦାନ କରାଯିବ । ଜାନୁଆରୀ ୫ ତାରିଖ ଦିନ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆୟୋଜିତ ସଭାରେ ଗଙ୍ଗାଧର ଜାତୀୟ ସମ୍ମାନ ବିଶିଷ୍ଟ କବି ପ୍ରତିଭା ଶତପଥୀଙ୍କୁ ପ୍ରଦାନ କରାଯିବ । କବି ଶତପଥୀଙ୍କୁ ନଗଦ ଏକ ଲକ୍ଷ ଟଙ୍କା, ମାନପତ୍ର, ସ୍ମାରକୀ ଓ ଉପଢୌକନ ଦେଇ ସମ୍ମାନୀତ କରାଯିବ । କବି ପ୍ରତିଭା ଶତପଥୀ ୧୮ ଜାନୁଆରୀ ୧୯୪୫ରେ କଟକ ଜିଲା ସତ୍ୟଭାମାପୁରଠାରେ ଜନ୍ମ ଗ୍ରହଣ କରିଥିଲେ ।

prayash

ସେ ସ୍ନାତକ ଶିକ୍ଷା ରେଭେନ୍ସା ମହାବିଦ୍ୟାଳୟରେ ସମାପନ କରିଛନ୍ତି । ପଶ୍ଚାତ୍ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କୁ ବିବାହ କରିଥିଲେ । ବିବାହ ପରେ ୧୯୬୭ ମସିହାରେ ସେ ସ୍ନାତକୋତ୍ତର ଓ ୧୯୮୦ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପିଏଚ୍. ଡ଼ି ଡିଗ୍ରୀ ଲାଭ କରିଥିଲେ । ତାଙ୍କ କବିତାରେ ପ୍ରେମ ଓ ପ୍ରକୃତିର ଚିତ୍ର ଫୁଟି ଉଠିଥାଏ । ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର , ଶାରଳା ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ଝଙ୍କାର ପୁରସ୍କାର, ଧରିତ୍ରୀ- ସମାଜବାଦୀ ସୋସାଇଟି କବିତା ସମ୍ମାନ ଆଦି ବହୁ ସମ୍ମାନ ଓ ପୁରସ୍କାରପ୍ରାପ୍ତ ଓଡ଼ିଆ କବି ।

Comments are closed.