www.samajalive.in
Sunday, December 7, 2025
14.1 C
Bhubaneswar

ନୂଆ ବର୍ଷର ପ୍ରଥମ ଦିନଟି କେଉଁ ରାଶି ପାଇଁ କିପରି କଟିବ

ମେଷ: ପର୍ଯ୍ୟାପ୍ତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍‌ ହେବେ। ଅଧ୍ୟାପନାର ପ୍ରସ୍ତୁତିସ୍ବରୂପ ଅଧୟନରତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହେବେ।
ବୃଷ: ଭୂଗର୍ଭସ୍ଥ ଧନ ପ୍ରାପ୍ତି ପାଇଁ ପରିଶ୍ରମ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଯାନବାହନ ବରାଦ ମୁତାବକ ଆସିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। ସୁସ୍ଥ ରହିବେ।
ମିଥୁନ: ପରାକ୍ରମୀ ହୋଇପାରନ୍ତି। କଳକୌଶଳ ପ୍ରୟୋଗ କରି ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଠାକୁରଙ୍କ ଦର୍ଶନ ପାଇ ଆତ୍ମ ଶାନ୍ତି ଲାଭ କରିବେ। ସହନଶୀଳ ନ ହେଲେ ଭାଇଙ୍କ ବିରାଗଭାଜନ ହେବେ।

କର୍କଟ:ପରିବାରର ସ୍ନେହବୋଳା ସମ୍ପର୍କ ସକାଳର ସୂର୍ଯ୍ୟପରି ଉଜ୍ଜ୍ବଳ ଓ ଆଲୋକ ଭାସ୍ବରିତ ହୋଇପାରେ। ଧନାଗମର ମାର୍ଗ ଉନ୍ମୁକ୍ତ ରହିଛି। ମାନୀ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ହୃଷ୍ଟଚିତ୍ତ ହେବେ।
ସିଂହ: ନିରୀହ, ଦୁଃଖୀ, ଦରିଦ୍ର, ରୁଗ୍‌ଣ ଓ ଅସହାୟଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ସାତ୍ତ୍ବିକ ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। କନ୍ୟା:ଅବସ୍ଥା ଚକ୍ରରେ ପଡ଼ି ବେଳେବେଳେ ମାନବ ଜୀବନର ପରମ ଶତ୍ରୁ କ୍ରୋଧିତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସ୍ବାସ୍ଥ୍ୟରକ୍ଷା ପାଇଁ ବ୍ୟୟଭାର ବୃଦ୍ଧି ହୋଇପାରେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି।
ତୁଳା: ଉଚ୍ଚ କର୍ତ୍ତୃପକ୍ଷଙ୍କ ସୁବିଚାରରୁ ଆୟର ମାତ୍ରା ବୃଦ୍ଧି ହେବ। ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିୟୋଜିତ ହୋଇ ଜନସାଧାରଣଙ୍କ ପ୍ରଶଂସାଭାଜନ ହେବେ। ମନ ପ୍ରସନ୍ନ ରହିବ। ଉଚ୍ଚ ସମ୍ମାନ ଲାଭ କରିବେ।
ବିଛା: ସତ୍‌କର୍ମର ଆଧାର ହୋଇପାରନ୍ତି। ବୃତ୍ତିଗତ କାର୍ଯ୍ୟରୁ ମୂଲ୍ୟବାନ୍‌ ମୁଦ୍ରା ପ୍ରାପ୍ତିର ସୂଚନା ମିଳୁଛି। ବିଭାଗୀୟ ସ୍ତରରୁ ସମ୍ମାନ ପ୍ରାପ୍ତିର ସମୟ ଉପସ୍ଥିତ। ଉଚ୍ଚପଦବୀଯୁକ୍ତ ହୋଇପାରନ୍ତି। ଦୟାଳୁ ସ୍ବଭାବର ହେବେ।
ଧନୁ: ନିଜର ଭାଗ୍ୟନିୟନ୍ତା ନିଜେ ହେବେ। ଧନବାନ୍‌ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କ୍ଷମତାର ସମ୍ପ୍ରସାରଣ କରି ଜନକଲ୍ୟାଣରେ ବିନିଯୋଗ କରିବେ। ସୁସ୍ଥ ଜୀବନ ବିତାଇବେ।
ମକର: ସେବା, ପରୋପକାର, ଦାନ ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଯାନବାହନ ଆରୋହଣ ଏପରିକି ଚଳାଚଳରେ ସତର୍କତା ଆବଶ୍ୟକ। ଆଳସ୍ୟ ବର୍ଜନ କରିବେ। ସୁସ୍ଥ ରହିବେ।

- Advertisement -

କୁମ୍ଭ:ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ନେପଥ୍ୟରେ ରହି ଗୋଡ଼ ଟାଣୁଥିବା ଅଜ୍ଞାନୀଙ୍କ ଉପରେ ଅନ୍ତର୍ଦୃଷ୍ଟି ନିକ୍ଷେପ କରିବାକୁ ପଡ଼ିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।
ମୀନ: ଶତ୍ରୁତାର ଅବସାନ ଘଟାଇବାକୁ ହେଲେ ମାତୁଳଙ୍କ ପରାମର୍ଶ ଓ ସହାୟତା ନେବାକୁ ପଡ଼ିବ। ପତ୍ନୀଙ୍କ ପରାମର୍ଶ ଓ ଭାଇମାନଙ୍କ ସହଯୋଗ ଉପାଦେୟ ହେବ। କଷ୍ଟ ସହିଷ୍ଣୁ ହେବେ। ସୁଖୀ ହେବେ।

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories