BJD Bijuli 480×75 Mob

୨୦୨୫ରେ ରପ୍ତାନି ହେବ ଭାରତ ନିର୍ମିତ ସେମିକଣ୍ଡକ୍ଟର

BJD Bijuli 480×75 Mob

ନୂଆଦିଲ୍ଲୀ: ୨୦୨୫ ପ୍ରାରମ୍ଭରେ ଗୁଜୁରାଟର ସାନନ୍ଦ କାରଖାନାରୁ ପ୍ରଥମ ବ୍ୟାଚ୍‌ ସେମିକଣ୍ଡକ୍ଟର ରପ୍ତାନି କରିବ ମାଇକ୍ରନ ଇଣ୍ଡିଆ। ଏଥିମଧ୍ୟରୁ ଅଧିକାଂଶ ସେମିକଣ୍ଡକ୍ଟର ରପ୍ତାନି ଉଦ୍ଦେଶ୍ୟରେ ନିର୍ମାଣ ହେବ ବୋଲି ମାଇକ୍ରନର ଭାରତ ପରିଚାଳନା ନିର୍ଦେଶକ ଆନନ୍ଦ ରାମମୂର୍ତ୍ତି କହିଛନ୍ତି। ଶ୍ରୀ ରାମମୂର୍ତ୍ତି କହିଛନ୍ତି ଯେ, ଭାରତରେ ସେମିକଣ୍ଡକ୍ଟର ଚାହିଦା ବୃଦ୍ଧି ପାଉଥିଲେ ବି ବିଶ୍ବ ବଜାର ଚାହିଦା ତୁଳନାରେ ଘରୋଇ ଚାହିଦା ଅପେକ୍ଷାକୃତ କମ୍‌। ଭାରତର ଚାହିଦା କମ୍‌ ଥିବାରୁ କୌଣସି କାରଖାନା କେବଳ ଭାରତ ପାଇଁ ନିର୍ମାଣ କରିପାରିବ ନାହିଁ।

ଗୁଜୁରାଟର ସାନନ୍ଦ କାରଖାନାରେ ନିର୍ମାଣ ହେଉଥିବା ସେମିକଣ୍ଡକ୍ଟର ମୁଖ୍ୟତଃ ଡାଟା ସେଣ୍ଟର, ସ୍ମାର୍ଟଫୋନ୍‌, ନୋଟ୍‌ବୁକ୍ସ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ ଡିଭାଇସ୍‌ ଏବଂ ଅଟୋମୋଟିଭ୍‌ କ୍ଷେତ୍ରରେ ବ୍ୟବହାର ହୋଇପାରିବ। କମ୍ପାନୀର ମୁଖ୍ୟାଳୟ ଆମେରିକାର ଇଡାହୋରେ ରହିଛି। ବିଶ୍ବବ୍ୟାପୀ କମ୍ପାନୀରେ ୪୦ହଜାର କର୍ମଚାରୀ କାମ କରୁଥିବା ବେଳେ ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅନୁସନ୍ଧାନ ଓ ବିକାଶ ବିଭାଗରେ ପ୍ରାୟ ୪ହଜାର କର୍ମଚାରୀ କାମ କରୁଛନ୍ତି। କମ୍ପାନୀ ଆଗାମୀ ବର୍ଷରେ ଭାରତରେ କର୍ମଚାରୀ ସଂଖ୍ୟା ୫ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହା ଦ୍ବାରା ପ୍ରାୟ ୧୫ହଜାର ପରୋକ୍ଷ ନିଯୁକ୍ତି ପାଇବେ।

Comments are closed.