BJD Bijuli 480×75 Mob

ପାହାଡ଼ରୁ ଧସିଲା ପଥର, କୋରାପୁଟ-ବିଶାଖାପାଟଣା ରେଳ ଚଳାଚଳ ବନ୍ଦ

BJD Bijuli 480×75 Mob

ନନ୍ଦପୁର: ପାହାଡ଼ରୁ ଧସିଲା ପଥର। ବିଶାଖାପାଟଣାରୁ କିରଂଡୁଲ ଆସୁଥିଲା ମାଲବାହୀ ଟ୍ରେନ।  ଶିବଲିଙ୍ଗପୁରମ ନିକଟରେ ପଥର ଧସି ଏହି ଟ୍ରେନର ରେଳ ଇଞ୍ଜିନ ଉପରେ ପଡ଼ିଥିଲା। ପଥର ଧସି ରେଳ ଇଞ୍ଜିନ ଉପରେ ପଡ଼ିବାରୁ ଏହି ମାଲବାହୀ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଫଳରେ କୋରାପୁଟ-ବିଶାଖାପାଟଣା ରେଳ ଚଳାଚଳ ବନ୍ଦ ରହିଥିବା ସୂଚନା ମିଳିଛି।

ବିଶାଖାପାଟଣା କିରାଣ୍ଡୁଳ ସଂଯୋଗ କରୁଥିବା କେକେ ରେଳପଥରେ ରବିବାର ଭୋର ସକାଳ ୬ଟାରେ ପଥର ଅତଡ଼ା ଧସି ମାଲଗାଡି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। ଆନ୍ଧ୍ର ପ୍ରଦେଶର ଶିବଲିଙ୍ଗପୁରମ ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଥିବା ନେଇ ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହି ଦୁର୍ଘଟଣା ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହେଉଛି।

ସକାଳ ୬ଘ ୧୦ ମି ସମୟରେ ଯୁମ୍ବୋ ୩୧୫୮୮ ନମ୍ବର୍ ବିଶିଷ୍ଟ ଗତିଶିଳ ମାଲଗାଡ଼ି ଆନ୍ଧ୍ର ପ୍ରଦେଶର ଶିବଲିଙ୍ଗପୁରମ ଷ୍ଟେସନ ପାର କରି କିରାଣ୍ଡୁଳ ଅଭିମୁଖେ ଧିରଗତିରେ ଯାଉଥିବା ସମୟରେ ହଠାତ ମାଲଗାଡ଼ି ସମ୍ମୁଖ ରେଳ ଧାରଣା ଉପରକୁ ପାର୍ଶ୍ଵ ପାହାଡରୁ ଏକ ବିରାଟକାୟ ପଥର ଅତଡ଼ା ଖସି ପଡିଥିଲା। ଟ୍ରେନର ଇଞ୍ଜିନ ଉକ୍ତ ପଥର ସଂସ୍ପର୍ଶରେ ଆସି ଲାଇନ୍ ଚୂତ୍ୟ ହୋଇଥିଲା।

ଷ୍ଟେସନ ପାର କରୁଥିବା ହେତୁ ମାଲଗାଡ଼ିର ଗତି କମ ଥିଲା। ତେଣୁ ମାଲଗାଡିର ଇଞ୍ଜିନ ଲାଇନ ଚୁତ୍ୟ ହୋଇ ଅଟକି ରହି ଯାଇଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ରେଳ ବିଭାଗ ବର୍ତ୍ତି ଯାଇଥିବା ଦେଖଣାହାରି କହିଛନ୍ତି। ଘଟଣାରେ କୌଣସି ଧନ ଜୀବନ ନଷ୍ଟ ହୋଇ ନଥିବା ବେଳେ ବିଶାଖାପାଟଣାରୁ ରେଳ ବିଭାଗର ଉଦ୍ଧାରକାରୀ ଦଳ ପହଞ୍ଚି ଧାରଣା ଉପରୁ ପଥର ହଟାଇବା ସହ ଲାଇନଚ୍ୟୁତ ମାଲ ଗାଡ଼ିର ଇଞ୍ଜିନକୁ ଧାରଣା ଉପରକୁ ଆଣି ରେଳ ଚଳାଚଳ ସ୍ବାଭାବିକ କରାଯିବାକୁ ଚେଷ୍ଟା ଜାରି ରଖିଛନ୍ତି।

ଏଭଳି ଘଟଣା ବାରମ୍ବାର ହେଉଥିବାରୁ ରେଳ ବିଭାଗ କର୍ତ୍ତୃପକ୍ଷ କୌଣସି ବଡ ଧରଣର ଅଘଟଣ ଘଟିବା ଆଗରୁ ସତର୍କତା ଅବଲମ୍ବନ କରିବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

Comments are closed.