BJD Bijuli 480×75 Mob

ବିକଶିତ ଭାରତ ପାଇଁ ବିଶ୍ଵବନ୍ଧୁ ହେବା ଜରୁରୀ: ଜୟଶଙ୍କର

BJD Bijuli 480×75 Mob

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌‌.ଜୟଶଙ୍କର। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଭବ୍ୟ ସ୍ୱାଗତ କରିଥିଲେ। ପରେ ସେ କଟକରେ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀରେ ସାମିଲ ହୋଇ ଉଦବୋଧନରେ କହିଛନ୍ତି ବିକଶିତ ଭାରତ ପାଇଁ ଆମକୁ ବିଶ୍ଵବନ୍ଧୁ ହେବା ନିହାତି ଜରୁରୀ। ୧୦ ବର୍ଷରେ ଭାରତର ଭିତ୍ତିଭୂମି ଦୃଢ ହୋଇଛି। ଏହି ଆଧାରରେ ଆଗାମୀ ୨୫ ବର୍ଷର ଯାତ୍ରା ସ୍ଥିର କରାଯିବ। ଭାରତ ଆଜି ଏପରି ଏକ ଦେଶ, ସମସ୍ତେ ଏଠାରେ ନିବେଶ କରିବାକୁ ଚାହୁଁଛନ୍ତି। ବିଦେଶ ନୀତି ସଫଳ ହେଲେ ଦେଶର ଛବି ଦୁନିଆରେ ପ୍ରତିଫଳିତ ହୁଏ। କୋଭିଡରେ ପ୍ରଭାବିତ ସତ୍ବେ ଆମ ଅର୍ଥନୀତି ଟ୍ରାକକୁ ଫେରିଲା। ୧୦ ବର୍ଷ ତଳେ ଆମେ କେବଳ ଆମଦାନୀ କରୁଥିଲୁ, ଏହା ଆମର ଇମେଜ୍ ଥିଲା। ଏବେ ମେକ୍ ଇନ୍ ଇଣ୍ଡିଆ ଆମ ଇମେଜ୍ । ଥ୍ରୀ-ଜି, ଫୋର୍ ଜି ମେଡ୍ ଇନ୍ ଚାଇନା ଥିଲା। କିନ୍ତୁ ଫାଇଭ୍-ଜି ମେକ୍ ଇନ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ଆର୍ଥିକ ସଙ୍କଟରୁ ଆମେ ବାହାର କରିଥିଲୁ। ତେଣୁ ମୋର ବିଶ୍ଵାସ ଯେ ଭାରତ ବିଶ୍ଵବନ୍ଧୁର ପରିଚୟ ସୃଷ୍ଟି କରିବ।

Comments are closed.