www.samajalive.in
Sunday, December 7, 2025
26.1 C
Bhubaneswar

ବିଶ୍ବ ଜୁନିୟର ଦୌଡ଼କୁଦ ଚମ୍ପିଆନସିପ୍‌,  ଜୟରାମ, ମହେନ୍ଦ୍ର ଓ ସବିତାଙ୍କ ଯୋଗ୍ୟତା

କଟକ: ପେରୁର ଲିମାରେ ଆସନ୍ତା ଅଗଷ୍ଟ ୨୭ରୁ ୩୧ ପର୍ଯ୍ୟନ୍ତ ବିଶ୍ବ ଜୁନିୟର ଦୌଡ଼କୁଦ ଚମ୍ପିଆନସିପ୍‌ ଆୟୋଜିତ ହେବ।ଏଥି ପାଇଁ କିଟ୍‌ ଛାତ୍ର ଡି.ଏମ୍‌ ଜୟରାମ, କିସ୍‌ ଛାତ୍ର ମହେନ୍ଦ୍ର ଶାନ୍ତା ଓ ଛାତ୍ରୀ ସବିତା ଟପ୍ପୋ ଯୋଗ୍ୟତା ହାସଲ କରିଛନ୍ତି। ଆଥ୍‌ଲେଟିକ୍‌ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ବେଙ୍ଗାଲୁରୁରେ ଗତ ଏପ୍ରିଲ ୩୦ରେ ଆୟୋଜିତ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ -୧ରେ ଜୟରାମ, ସବିତା ଓ ମହେନ୍ଦ୍ର ପଦକ ଜିତି ବିଶ୍ବ ଜୁନିୟର ଦୌଡ଼କୁଦ ଚମ୍ପିଆନସିପ୍‌ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ବର୍ତ୍ତମାନ ଜୟରାମ, ମହେନ୍ଦ୍ର ଓ ସବିତା ଭୁବନେଶ୍ବର ରିଲାଏନ୍ସ ଦୌଡ଼କୁଦ ଉତ୍କର୍ଷ କେନ୍ଦ୍ରରେ ରୋହିତ ମାନେଙ୍କ ନିକଟରୁ ପ୍ରଶିକ୍ଷଣ ହାସଲ କରୁଛନ୍ତି। ସେହିପରି ଉକ୍ତ ପ୍ରତିଯୋଗିତାର ପୁରୁଷ ୧୦୦ ମିଟର ଦୌଡ଼ରେ ଲାଲୁ ପ୍ରସାଦ ଭୋଇ ୧୦୦ମିଟର ଦୌଡ଼ରେ ରୌପ୍ୟ ଓ ମହିଳା ୩୦୦୦ ମିଟର ଷ୍ଟ୍ରିପଲ ଚେସ୍‌ରେ ସୁସ୍ମିତା ତିଗା କାଂସ୍ୟ ପଦକ ଜିତିଥିଲେ। ପାଠ ସହ କ୍ରୀଡ଼ା ପ୍ରତି ପ୍ରୋତ୍ସାହନ ଲାଗି ଉକ୍ତ ୩ ଛାତ୍ରଛାତ୍ରୀ କିଟ୍‌ ଓ କିସର ପ୍ରତିଷ୍ଠାତା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ବ ଜୁନିୟର ଦୌଡ଼କୁଦ ଚମ୍ପିଆନସିପ୍‌ ଲାଗି ଯୋଗ୍ୟତା ହାସଲ କରିଥିବା କିଟ୍‌ ଓ କିସର ୩ ବିଦ୍ୟାର୍ଥୀ ଜୟରାମ , ସବିତା ଓ ମହେନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories