ପିକକ ପକ୍ଷରୁ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା
ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ପଞ୍ଚାୟତ ସଭା କକ୍ଷ ପରିସରରେ ଅଗ୍ରଣୀ ସେଚ୍ଛାସେବୀ ସଂଗଠନ ପିକକ୍ ପକ୍ଷରୁ ଏ ଇ ଆଇ ଏନ ସହଯୋଗରେ ବୁଧବାର ପାରମ୍ପରିକ ବିହନ ଓ ଖାଦ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ପିକକ୍ ର କାର୍ଯନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ମେଳା ଅନୁଷ୍ଠିତ ହୋଇଥିଲା ।
ପିକକ ଜିଲା ସଂଯୋଜକ ସତ୍ୟନାରାୟଣ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଳାକୁ ମୁଖ୍ୟଅତିଥି କେନ୍ଦେଇପଶି ସରପଞ୍ଚ ମିନାକ୍ଷୀ ନାଏକ ଉଦଘାଟନ କରିଥିଲେ । ପିକକ୍ କାର୍ଯ୍ୟକ୍ରମ ପରିଚାଳକ ଜ୍ୟୋତିରଂଜନ ମହାନ୍ତିଙ୍କ ଉପସ୍ଥିତିରେ ଏହି ମେଳାରେ ପାରମ୍ପରିକ ଧାନ, ମୁଗ, ବିରି, କୋଳଥ, ମାଣ୍ଡିଆ, ଖସା, ଗୁଡା ଧାନ, ବିଭିନ୍ନ ପ୍ରକାରର ପନିପରିବା ମଞ୍ଜି, ଜଙ୍ଗଲରୁ ମିଳୁଥିବା ଜଙ୍ଗଲୀ ବିହନ ଆଦି ପ୍ରଦର୍ଶନ କରାଯିବା ସହ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା। କାର୍ଯକ୍ରମ ରେ ୨୦ଟି ସ୍ଵଂୟ ସହାୟିକା ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ । ସେଚ୍ଛାସେବୀ ଦ୍ରୌପଦୀ ବେଜ, ଗୋବିନ୍ଦ ମୁଣ୍ଡା ଓ ପରୀକ୍ଷିତ ସେଠୀ ମେଳା ପରିଚାଳନା କରିଥିଲେ ।
Comments are closed.