ନୀଳଗିରି: ପ୍ରକଳ୍ପ ଫଳକକୁ କେନ୍ଦ୍ର କରି ବିଜେପି ବିଧାୟକ-ବିଜେଡି ସରପଞ୍ଚ ମୁହାଁମୁହିଁ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଳାକାଦରୁ ଆମ୍ବଝର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନୟନ ବିଭାଗ ତରଫରୁ ୪ କୋଟି ୭୮ ଲକ୍ଷ ମଞ୍ଜୁର ହୋଇଛି। ଏନେଇ କଳାକାଦରେ ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମ ଥିଲା । ଏକ ଫଳକରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ନାମ ରହିଥିବା ଯୋଗୁ ଗରଡ଼ିହି ସରପଞ୍ଚ ଶିବାଜୀ ସିଂ ବିରୋଧ କରି ଥିଲେ । ଉକ୍ତ ଫଳକ ଉପରେ ସେ ବସି ଯିବା ସହ ଫଳକକୁ ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି ।
ବିଧାୟକଙ୍କ ସମର୍ଥକ ମାନେ ରାସ୍ତାରୋକ କରିଛନ୍ତି । ଏତେ ଉତ୍ତେଜନା ଭିତରେ ବି ବିଧାୟକ ନଡ଼ିଆ ଭାଙ୍ଗି ଶିଳାନ୍ୟାସ କରିଥିଲେ ଉତ୍ତେଜନା ବୃଦ୍ଧି ପାଇବାରୁ ପୁଲିସ ମୁତୟନ ହୋଇଛି। ବରହମପୁର ଥାନା ରେ ୨ ପକ୍ଷରୁ ୩ ଟି ଏତଲା ଦାୟର ହୋଇଛି । ସେପଟେ ସରପଞ୍ଚ ଶିବାଜୀ କହିଛନ୍ତି ଯେ ସେ ୫ଟି ସଚିବଙ୍କୁ ଉକ୍ତ ପ୍ରକଳ୍ପ ସମ୍ପର୍କରେ ଦାବି ଜଣାଇବା ପରେ ଏହି ରାସ୍ତା ନିର୍ମାଣ ଅର୍ଥ ମଞ୍ଜୁର ହୋଇଛି। ବିଧାୟକ ସୁକାନ୍ତ କହିଛନ୍ତି ଯେ , ଏହି ପ୍ରକଳ୍ପ ତାଙ୍କର ସ୍ବପ୍ନର ପ୍ରକଳ୍ପ ଥିଲା ଏବଂ ରାଜ୍ୟ ସରକାର ତାଙ୍କ ଲେଖା ଉପରେ ଦୃଷ୍ଟି ଦେଇ ଅର୍ଥ ମଞ୍ଜୁର କରିଛନ୍ତି । ସୂଚନା ଯେ ନୀଳଗିରି ବିଧାୟକ ବିଜେପି ଦଳରେ ହୋଇଥିବା ବେଳେ ଗରଡ଼ିହି ସରପଞ୍ଚ ବିଜେଡି ସମର୍ଥନରେ ବିଜୟୀ ହୋଇଥିଲେ ।
Comments are closed.