www.samajalive.in
Wednesday, December 10, 2025
17.1 C
Bhubaneswar

ଶରୀର ପାଇଁ ନିମ୍ବ ପତ୍ରର ବ୍ୟବହାର

ଶୀତଦିନେ ନିମ୍ବ ପତ୍ରର ବ୍ୟବହାର ଦ୍ବାରା ଅନେକ ରୋଗ ଭଲ ହୋଇଥାଏ। ମେଡିକାଲ ସାଇନ୍ସରେ ନିମ୍ବ ପତ୍ରର ବ୍ୟବହାର ଅନେକ ଔଷଧ ପାଇଁ କରାଯାଇଛି। ନିମ୍ବରେ ଥିବା ଅନେକ ଗୁଣ ଶରୀର ପାଇଁ ଲାଭଦାୟକ ଅଟେ। ଏହାର ବ୍ୟବହାର ମୁହଁ ଠାରୁ ଆରମ୍ଭ କରି ରକ୍ତକୁ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା ନିମ୍ବ ପତ୍ରର ବ୍ୟବହାର କରିବା ଦ୍ବାରା ଶରୀରକୁ କ’ଣ ଲାଭ ହୋଇଥାଏ ..

ନିମ୍ବ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଏହା ମୁହଁ ସଂକ୍ରମଣ, କୁଣ୍ଡାଇ ହେବା ଓ ଅନେକ ପ୍ରକାରର ମୁହଁ ସମ୍ବନ୍ଧୀୟ ସମସ୍ୟା ଠାରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ। ପୋକ କାମୁଡିବା, କୁଣ୍ଡାଇ ହୋଇ ଫଳିଯିବା, ଦାଗ ଇତ୍ୟାଦି ସମସ୍ୟା ରହିଥିଲେ ନିମ୍ବ ପତ୍ରକୁ ବାଟି ସେଥିରେ ହଳଦୀ ମିଶାଇ ଲଗାନ୍ତୁ। ଏପରି କରିବା ଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଥାଏ।

- Advertisement -

ନିମ୍ବ ପତ୍ରକୁ ଚୋବାଇ ଖାଇବା ଦ୍ବାରା କେଶ ସମସ୍ୟା ଦୂର ହୋଇଥାଏ। ଏହା କେଶକୁ ପ୍ରାକୃତିକ ରୂପେ କଳା କରିବା ସହ ଅନେକ ସମସ୍ୟାରୁ ଦୂରେଇ ରଖିଥାଏ। ନିମ୍ବରେ ଆଣ୍ଟି-ଫଙ୍ଗଲ ଗୁଣ ରହିଛି। ଏହା ରୂପି ସମସ୍ୟା ଠାରୁ ଦୂରେଇ ରଖିଥାଏ। ନିମ୍ବ ପତ୍ରକୁ ଫୁଟାଇ ସେଥିରେ କେଶକୁ ଧୋଇବା ଦ୍ବାରା ରୂପି କମ୍ ହୋଇଥାଏ। ଏହାସହ କେଶ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ।

ନିମ୍ବରେ ଆଣ୍ଟି-ଅକ୍ସାଇଡ ଗୁଣ ରହିଛି। ଏହାସହ ନିମ୍ବରେ ଏଣ୍ଟିମାଇକ୍ରୋବିୟଲ, ଏଣ୍ଟିବାୟରଲ ଗୁଣ ମଧ୍ୟ ରହିଛି। ନିମ୍ବ ପତ୍ର ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ଶରୀରକୁ ଅନେକ ରୋଗ ଠାରୁ ଦୂରେଇ ରଖିଥାଏ।

ନିମ୍ବ ବୃକକ୍ ପାଇଁ ଲାଭଦାୟକ ଅଟେ। ଏହା ପ୍ରାକୃତିକ ରୂପେ ହଜମ କ୍ରିୟାକୁ ସୂଚାରୁ ରୂପେ କରିଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories