ଆଗେ ଲୁଟିଲେ, ତା’ପରେ ପେଟ୍ରୋଲ ଢାଳି ଜାଳି ଦେଲେ ଏଟିଏମ୍
ଢେଙ୍କାନାଳ : ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ପରେ ପେଟ୍ରୋଲ ଢାଳି ଜାଳି ଦେଲେ ଏଟିଏମ୍। ଗତକାଲି ରାତିରେ ଏହି ଲୁଟ୍ ଘଟଣା ଢେଙ୍କାନାଳ ସଦର ଥାନା ପଞ୍ଚୁପଟି ନିକଟରେ ଘଟିଛି। ଖବର ପାଇ ଢେଙ୍କାନାଳ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଖୋଳତାଡ କରୁଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାନୁଯାୟୀ, ଗ୍ୟାସ୍ କଟରରେ କାଟି ଏଟିଏମରୁ ଟଙ୍କା ଲୁଟ୍ କରିବା ପରେ ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ଢାଳି ଦୁର୍ବୃତ୍ତ ଏଟିଏମ୍ ମେସିନ୍ ଜାଳି ଦେଇଛନ୍ତି। କେତେ ଟଙ୍କା ଲୁଟ୍ ହୋଇଛି ତାହାର ସ୍ପଷ୍ଟତା ମିଳି ନାହିଁ। ୫୫ ନମ୍ବର ଜାତୀୟ ରାଜପଥକୁ ଏହି ଏଟିଏମ୍ ଲାଗି ରହିଛି।
Comments are closed.