ଟାୟାର ଗୋଦାମରେ ଚଢାଉ, ମାଲିକ ଅଟକ
ସମାଜ ଡିଜିଟାଲ ଡେସ୍କ: କଟକ ଜଗତପୁର ଅଞ୍ଚଳରେ ଏକ ଟାୟାର ଗୋଦାମ ଉପରେ ପୁଲିସ ଚଢାଉ କରିଛି। ଏଥିସହ ମାଲିକଙ୍କୁ ଅଟକ ରଖାଯାଇଛି। ବିଭିନ୍ନ ନାମୀ କମ୍ପାନୀର ବିପୁଳ ପରିମାଣରେ ନକଲି ଟାୟାର ବିକ୍ରି ହେଉଥିବା ଅଭିଯୋଗରେ ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମ ଉପରେ ଚଢାଉ କରିଛି ପୁଲିସ। ବିଭିନ୍ନ ବେନାମୀ କମ୍ପାନୀର ଟାୟାରରେ ନକଲି ଲେବଲ୍ ଲଗାଇ ବିକ୍ରି ପାଇଁ ପଠାଯାଉଥିଲା। ହିନ୍ଦୁସ୍ତାନ ଟାୟାର କମ୍ପାନୀ ନାମରେ ଏଭଳି ବିକ୍ରି ହେଉଥିବା ଅଭିଯୋଗ ହେବାପରେ ଗୋଦାମ ସିଲ୍ କରିବା ସହ ମାଲିକଙ୍କୁ ଅଟକ ରଖିଛି ଜଗତପୁର ଥାନା ପୁଲିସ।
Comments are closed.