nua o banner

ପରିବେଶ ମନ୍ତ୍ରଣାଳୟର ରିପୋର୍ଟ-ଏ ବର୍ଷ ଦେଶରେ ମରିଛନ୍ତି ୧୭୭ ବାଘ

ମହାରାଷ୍ଟ୍ରରେ ସର୍ବାଧିକ ୪୫ ବାଘଙ୍କ ମୃତ୍ୟୁ

BSKY banner  750×100

ନୂଆଦିଲ୍ଲୀ: ଚଳିତବର୍ଷ (ଡିସେମ୍ବର ୨୫ ସୁଦ୍ଧା) ଭାରତରେ ମୋଟ ୧୭୭ଟି ବାଘ ପ୍ରାଣ ହରାଇଛନ୍ତି ବୋଲି ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡିଛି। ମହାରାଷ୍ଟ୍ରରେ ସର୍ବାଧିକ ୪୫ ବାଘଙ୍କର ମୃତ୍ୟୁ ଘଟିଥିବାବେଳେ ଏହାପଛକୁ ମଧ୍ୟପ୍ର​ଦେଶ (୪୦), ଉତ୍ତରାଖଣ୍ଡ (୨୦), ତାମିଲନାଡୁ (୧୫) ଓ କେରଳ (୧୪) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ମୃତକଙ୍କ ମଧ୍ୟରୁ ୫୪ ପ୍ରତିଶତ ବ୍ୟାଘ୍ର ଅଭୟାରଣ୍ୟ ବାହାରେ ପ୍ରାଣ ହରାଇଥିବା କୁହାଯାଇଛି।

ବିଶ୍ବରେ ଥିବା ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ବାସ କରୁଛନ୍ତି। ୧୭୭ ପ୍ରାଣ ହରାଇବାପରେ ବର୍ତ୍ତମାନ ଭାରତରେ ବାଘ ସଂଖ୍ୟା ୩୧୬୭ରେ ସୀମିତ ରହିଛି। ଅପରପକ୍ଷରେ ଦେଶରେ ଧଳାବାଘଙ୍କ ବଂଶବୃଦ୍ଧି ବାର୍ଷିକ ୬ ପ୍ରତିଶତ ହାରରେ ବଢିଚାଲିଥିବା ଜଣାପଡିଛି। ସାଧାରଣତଃ ଗୋଟିଏ ବାଘ ୧୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ତେବେ ଚଳିତବର୍ଷ ପ୍ରାଣ ହରାଇଥିବା ବାଘଙ୍କ ମଧ୍ୟରେ ୪୦ ପ୍ରତିଶତ ଶାବକ ଓ ଅପ୍ରାପ୍ତବୟସ୍କ ବାଘ ସାମିଲ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶରେ ୭୮ ହଜାର ବର୍ଗ କିମି ଅଞ୍ଚଳରେ ମୋଟ ୫୪ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି।

Comments are closed.