ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦେଶକ ମନୋରମା ମହାନ୍ତି
ଭୁବନେଶ୍ବର: ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂତନ ନିର୍ଦେଶକ ଭାବେ ଡକ୍ଟର ମନୋରମା ମହାନ୍ତିଙ୍କ ବଦଳି ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରୁଥିବା ଡକ୍ଟର ଏଚ.ଆର ବିଶ୍ବାସଙ୍କ କଲିକତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ନିର୍ଦେଶକ ପଦରେ ବଦଳି ହେବା ପରେ ତାଙ୍କ ସ୍ଥାନରେ ମନୋରମାଙ୍କୁ ଅବସ୍ଥାପିତ କରାଯାଇଛି।
ଡକ୍ଟର ମହାନ୍ତି ଗୁଜରାଟ ଅହମ୍ମଦାବାଦସ୍ଥିତ ପାଣିପାଗ କେନ୍ଦ୍ର ନିର୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କର ପଦୋନ୍ନତି ସହ ଏହି ନୂଆ ନିଯୁକ୍ତି ମିଳିଛି। ମନୋରମା ମହାନ୍ତିଙ୍କ ଘର ଓଡ଼ିଶାରେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର(ପିଜି) ହାସଲ ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ। ଆରବ ସାଗର ଇତିହାସରେ ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର୍ଯ୍ୟୟ’ର ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏଥିପାଇଁ ଗୁଜରାଟରେ ଅନେକ ଧନଜୀବନ ରକ୍ଷା ପାଇଥିଲା। ଓଡ଼ିଶା ପରି ବାତ୍ୟା ପ୍ରବଣ ରାଜ୍ୟରେ ତାଙ୍କର ଅଭିଜ୍ଞତା ବଡ଼ ଭୂମିକା ନିର୍ବାହ କରିପାରେ।
Comments are closed.