ମାଲକାନଗିରି ବିଡିଓଙ୍କ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ

ମାଲକାନଗିରି : ନୂତନ ବର୍ଷ ଅବସରରେ ମାଲକାନଗିରି ବିଡିଓ ପ୍ରଭାତୀ ଝଡିଆଙ୍କ ପଂଚାୟତ ସ୍ତରୀୟ ଅଭି ଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିା ମାଲକାନଗିରି ସଦର ବ୍ଲକ ସ୍ଥିତ ଝରାପାଲ୍ଲୀ ଗ୍ରାମ ପଞ୍ଚାୟତରେ ଏହି ଅଭିଯୋଗ ଶୁଣାଣୀ କା ର୍ଯ୍ୟକ୍ରମ ହୋଇଥିଲ।। ଏହି ଅବସରରେ ଝରାପାଲ୍ଲୀ ସରପଂଚ ବିମଳା ମାଡକାମି, ନାଏବ ସରପଞ୍ଚ ଗଙ୍ଗାଧର ପଡିଆମି, ସମିତିସଭ୍ୟ ନରସିଂହ ମାଡକାମି, ଜିଲ୍ଲା ପରିଷଦ ସଭ୍ୟା କୁନି ଭୁମିଆ, ଉପ କା ର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅଭିଜିତ ସେଠୀ, ଯୋଗାଣ ନିରୀ କ୍ଷକ ପ୍ରଭଞ୍ଜନ ମହାନ୍ତି, ବିପିସି ମନୋରଂଜନ ଦାସ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ମାଝୀ ତଥା ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀ ତଥା ବାର୍ଡ ମେମ୍ବରମାନେ ଉପସ୍ଥିତ ରହିଥିଲୋ।

ଏହି ଅବସରରେ ଝରାପାଲ୍ଲୀ ଅଂଚଳର ଶତାଧିକ ଜନତା ନିଜ ନିଜର ଅଭି ଯୋଗନେଇ ଆସି ବିଡିଓଙ୍କ ନିକଟରେ ଶୁଣାଣୀ କରିଥିଲୋ। ବିଡିଓଙ୍କ ଦ୍ୱାରା ସମୁଦାୟ ୬୮ଟି ଅଭିଯୋଗ ଶୁଣାଣୀ କରାଯାଇଥିଲ।। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ସମସ୍ୟା, ସ୍ୱାସ୍ଥ୍ୟ, ଶିକ୍ଷା ଓ ରାସ୍ତାଘାଟ ଉପରେ ଲୋକମାନେ ଅଭି ଯୋଗ କରିଥିଲୋ ଏହି ଶୁଣାଣୀ ପରେ ଉକ୍ତ ସମସ୍ୟାର ସମାଧାନ କରା ଯିବ ବୋଲି ବିଡିଓ ଶୁଶ୍ରୀ ଝଡିଆ ପ୍ରତିଶୃତି ଦେଇଥିଲୋ ଏହି କା ର୍ଯ୍ୟକ୍ରମକୁ ଝରାପାଲ୍ଲୀ ପଞ୍ଚାୟତ ନିର୍ୱାହୀ ଅଧିକାରୀ ଅଶୋକ ମହାନ୍ତି ପରିଚାଳନା କରିଥିଲୋ

Comments are closed.