www.samajalive.in
Sunday, December 7, 2025
26.1 C
Bhubaneswar

ଘରେ ମନିିପ୍ଲାଣ୍ଟ ଗଛ ଲଗାଇବା ବେଳେ ଧ୍ୟାନ ଦିଅନ୍ତୁ

ଘରେ ବୃକ୍ଷ ଲଗାଇବା ଦ୍ବାରା ଚତୁଃପାର୍ଶ୍ବ ସବୁଜମୟ ରହିଥାଏ। ଏହାସହ ଅନେକ କାରଣ ଜଡିତ। ପ୍ରତ୍ୟେକ ବୃକ୍ଷ ନିଜର ଏକ ଭିନ୍ନ ମହତ୍ତ୍ବ ରଖିଥାଏ। କୁହାଯାଇଛି ଯେ, ମନିପ୍ଲାଣ୍ଟ ଗଛକୁ ଘରେ ରଖିବା ଦ୍ବାରା ସକାରାତ୍ମକ ଶକ୍ତି ବଜାୟ ରହିଥାଏ। ଏହାସହ ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିବାକୁ ଦେଇ ନ ଥାଏ। ଏହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ଘ​‌ରେ ମନିପ୍ଲାଣ୍ଟ ଗଛ ସୁଖ ସମୃଦ୍ଧିର କାରଣ ମଧ୍ୟ ଅଟେ।

ମନିପ୍ଲାଣ୍ଟ ଗଛକୁ ଆରାମରେ ଘରେ ଲଗାଯାଇ ପାରିବ। ଏହାକୁ ଏକ ପାତ୍ରରେ ପାଣି ରଖି ଲଗାଇ ପାରିବେ। ଏହାକୁ ନିୟମିତ ସୂର୍ଯ୍ୟଙ୍କ କିରଣରେ ନ ରଖିଲେ ମଧ୍ୟ ଚଳିବ। ଏହାର ପତ୍ର ସର୍ବଦା ସବୁଜ ରହିଥାଏ।

- Advertisement -

ମାନ୍ୟତା ରହିଛି ଯେ, ମନିପ୍ଲାଣ୍ଟ ଗଛକୁ ସଠିକ ଦିଗରେ ରଖିବା ଦ୍ବାରା ଧନ ବୃଦ୍ଧି ହୋଇଥାଏ। ଭୁଲ ଦିଗରେ ରଖିବା ଦ୍ବାରା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ବାସ୍ତୁ ଅନୁସାରେ, ପ୍ରତ୍ୟେକ ଗଛକୁ ସଠିକ ଦିଗରେ ରଖିବା ଉଚିତ। ଏହାଦ୍ବାରା ଘରେ ସର୍ବଦା ସକାରାତ୍ମକ ପରିବେଶ ରହିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟ ଗଛକୁ ସର୍ବଦା ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ-ପୂର୍ବ ଦିଗରେ ଲଗାଇବା ଉଚିତ। ଏହି ଦିଗରେ ଗଛ ଲଗାଇବା ଦ୍ବାରା ଲାଭ ମିଳିଥାଏ।

ମନିପ୍ଲାଣ୍ଟ ଗଛକୁ ଆଗ୍ନେୟ କୋଣରେ ଲଗାଇବାର କାରଣ ରହିଛି। ଏହାର କାରଣ ଯେ, ଏହି ଦିଗର ଦେବତା ପ୍ରଭୁ ଗଣେଶ ଅଟନ୍ତି। ଏହି ଦିଗର ପ୍ରତିନିଧିତ୍ବ ଶୁକ୍ର କରିଥାଆନ୍ତି। ପ୍ରଭୁ ଗଣେଶ ବିଘ୍ନହର୍ତ୍ତା ଓ ଶୁକ୍ର ସୁଖ ସମୃଦ୍ଧିର କାରକ ଅଟନ୍ତି।

ମନିପ୍ଲାଣ୍ଟ ଗଛକୁ କେବେ ବି ଐଶାନ୍ୟ କୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ ନୁହେଁ। ଏହି ଦିଗରେ ଗଛ ଲଗାଇବା ଦ୍ବାରା ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ଐଶାନ୍ୟ କୋଣକୁ ବୃହସ୍ପତିଙ୍କ ଦିଗ କୁହାଯାଇଛି। ବୃହସ୍ପତି ଓ ଶୁକ୍ର ପରସ୍ପରର ଶତ୍ରୁ ଅଟନ୍ତି। ମନିପ୍ଲାଣ୍ଟ ଗଛକୁ ଐଶାନ୍ୟ କୋଣରେ ଲଗାଇବା କ୍ଷତିକାରକ ଅଟେ। ଏହି ଦିଗରେ ତୁଳସୀ ଗଛ ଲଗାଇବା ଲାଭଦାୟକ ଅଟେ।

ମନିପ୍ଲାଣ୍ଟ  ଗଛକୁ କେବେ ବି ଝଡିବାକୁ କିମ୍ବା ଶୁଖିବାକୁ ଦେବା ଉଚିତ ନୁହେଁ। ଏହାର ପତ୍ର ହଳଦିଆ ହୋଇଗଲେ ତାଙ୍କୁ ସଙ୍ଗେ ସଙ୍ଗେ ବାଛି କାଢି ଦିଅନ୍ତୁ। ଶୁଖିଲା ପତ୍ରରୁ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories