www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଭବ୍ୟ କଳସ ଯାତ୍ରା

ଲାଞ୍ଜିଗଡ: ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ ଟାଉନସିପ ପରିସର ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଦେବସ୍ଥାନମ ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସକାଳ ୭ ଘଣ୍ଟା ୩୦ ମିନିଟ ସମୟରେ ଭବ୍ୟ କଳସ ଯାତ୍ରାରେ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ର ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷମାନେ ସାମିଲ ହୋଇ ସଂକୀର୍ତନ ମଣ୍ଡଳୀ ସହିତ ବେଦାନ୍ତ ଟାଉନସିପ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଥିବା ଝରଣାରୁ ଭବ୍ୟ କଳସରେ ପାଣି ଆଣି ଜଗନ୍ନାଥ ମନ୍ଦିରରେ ପହଞ୍ଚି କଳସ ଗୁଡିକ ସ୍ଥାପନ କରିଥିଲେ।

ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ କର୍ତ୍ତ ଭାବେ ବେଦାନ୍ତ ଲିମିଟେଡ ସଞ୍ଜୀବ ବର୍ମା ଓ ତାଙ୍କ ଧର୍ମପତ୍ନି ସାଲିନି ବର୍ମା, ବେଦାନ୍ତ ଲିମିଟେଡ଼ ଏସ କିରଣ ଓ ତାଙ୍କ ଧର୍ମପତ୍ନୀ ଏସ ଅପର୍ଣ୍ଣା କାର୍ଯ୍ୟ ସମ୍ପାଦନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋହିତ ଭାବେ ଅନନ୍ତ ଚରଣ ରଥ କାର୍ଯ୍ୟକ୍ରମ କରୁଥିବା ବେଳେ ପୂଜକ ଭାବେ ସୁଦାମ ଚରଣ ରଥ, ଦାମୋଦର ରଥ, ବିରଞ୍ଚି ନାରାୟଣ ରଥ, କୃଷ୍ଣ ଚନ୍ଦ୍ର ଦାସ, ଜଗନ୍ନାଥ ମହାପାତ୍ର, ସନ୍ତୋଷ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ସୁନୀଲ କୁମାର ମିଶ୍ର, ବଦ୍ରି ନାରାୟଣ ମିଶ୍ର, ସନ୍ତୋଷ ସାମନ୍ତରାୟ, ପ୍ରକାଶ ରଥ, ନିକୁଞ୍ଜ ଶତପଥୀ, ଗୋବର୍ଦ୍ଧନ ପାଣିଗ୍ରାହୀ, ଶିବ ପ୍ରସାଦ ମହାପାତ୍ର, ଅନୁଭବ ନନ୍ଦ, ସୁଶାନ୍ତ ପାଟଯୋଷୀ, ନବୀନ ରଥ ପ୍ରମୁଖ ଏହି ପୂଜା କାର୍ଯ୍ୟ କରିଥିବାବେଳେ ଦୀନବନ୍ଧୁ ବାରିକ, ମନୁ ବାରିକ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।

- Advertisement -

ବେଦାନ୍ତ ଲିମିଟେଡ ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ, ଖଣିଜ ବିଭାଗ ମୁଖ୍ୟ ଵିଭୂଦେନ୍ଦୁ ପଣ୍ଡା, ମନ୍ଦିର ପୁଜା କମିଟି ତରଫରୁ ପ୍ରଣବ ଖମେରବାର, ସୁର୍ୟ୍ଯ ନାରାୟଣ ପାଣିଗ୍ରାହୀ, ସୌମ୍ୟା କୁମାରୀ, ସୁପ୍ରିୟା ପାଣ୍ଡେ, ଭଗବାନ ହୋତା, ହେମଲତା ଆଚାରି, ବିନୋଦ ରଥ, ସମରେଶ ମିଶ୍ର, ଶୁଭେନ୍ଦୁ ପଣ୍ଡା, ଅବନ୍ତିକା ଚୌରାସିଆ , ରଘୁ ନନ୍ଦନ ପ୍ରଧାନ, ଜିତୁକୃଷ୍ଣ ପ୍ରଧାନ ସମେତ ବେଦାନ୍ତର ସମସ୍ତ କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୫ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇ ୧୯ ତାରିଖ ରବିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I ଏହି କାର୍ଯକ୍ରମ ଉପଲକ୍ଷେ ବୁଧବାର ପ୍ରଥମ ଦିନରେ ଦୀକ୍ଷା ଗ୍ରହଣ, ମଙ୍ଗଳାରୋପଣ, ମଣ୍ଡଳ କରଣ, ଅଙ୍କୁର ରୋପଣ କାର୍ଯ୍ୟକ୍ରମ ୧ ଘଣ୍ଟା ୩୦ ମିନିଟ ସମୟରେ ଅନୁଷ୍ଠିତ ହୋଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories