www.samajalive.in
Monday, December 15, 2025
14.1 C
Bhubaneswar

ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଭବ୍ୟ କଳସ ଯାତ୍ରା

ଲାଞ୍ଜିଗଡ: ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ ଟାଉନସିପ ପରିସର ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଦେବସ୍ଥାନମ ପ୍ରତିଷ୍ଠା ଉତ୍ସବ ଅବସରରେ କଳସ ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ସକାଳ ୭ ଘଣ୍ଟା ୩୦ ମିନିଟ ସମୟରେ ଭବ୍ୟ କଳସ ଯାତ୍ରାରେ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ର ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷମାନେ ସାମିଲ ହୋଇ ସଂକୀର୍ତନ ମଣ୍ଡଳୀ ସହିତ ବେଦାନ୍ତ ଟାଉନସିପ ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଥିବା ଝରଣାରୁ ଭବ୍ୟ କଳସରେ ପାଣି ଆଣି ଜଗନ୍ନାଥ ମନ୍ଦିରରେ ପହଞ୍ଚି କଳସ ଗୁଡିକ ସ୍ଥାପନ କରିଥିଲେ।

ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ କର୍ତ୍ତ ଭାବେ ବେଦାନ୍ତ ଲିମିଟେଡ ସଞ୍ଜୀବ ବର୍ମା ଓ ତାଙ୍କ ଧର୍ମପତ୍ନି ସାଲିନି ବର୍ମା, ବେଦାନ୍ତ ଲିମିଟେଡ଼ ଏସ କିରଣ ଓ ତାଙ୍କ ଧର୍ମପତ୍ନୀ ଏସ ଅପର୍ଣ୍ଣା କାର୍ଯ୍ୟ ସମ୍ପାଦନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ପୁରୋହିତ ଭାବେ ଅନନ୍ତ ଚରଣ ରଥ କାର୍ଯ୍ୟକ୍ରମ କରୁଥିବା ବେଳେ ପୂଜକ ଭାବେ ସୁଦାମ ଚରଣ ରଥ, ଦାମୋଦର ରଥ, ବିରଞ୍ଚି ନାରାୟଣ ରଥ, କୃଷ୍ଣ ଚନ୍ଦ୍ର ଦାସ, ଜଗନ୍ନାଥ ମହାପାତ୍ର, ସନ୍ତୋଷ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ସୁନୀଲ କୁମାର ମିଶ୍ର, ବଦ୍ରି ନାରାୟଣ ମିଶ୍ର, ସନ୍ତୋଷ ସାମନ୍ତରାୟ, ପ୍ରକାଶ ରଥ, ନିକୁଞ୍ଜ ଶତପଥୀ, ଗୋବର୍ଦ୍ଧନ ପାଣିଗ୍ରାହୀ, ଶିବ ପ୍ରସାଦ ମହାପାତ୍ର, ଅନୁଭବ ନନ୍ଦ, ସୁଶାନ୍ତ ପାଟଯୋଷୀ, ନବୀନ ରଥ ପ୍ରମୁଖ ଏହି ପୂଜା କାର୍ଯ୍ୟ କରିଥିବାବେଳେ ଦୀନବନ୍ଧୁ ବାରିକ, ମନୁ ବାରିକ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।

- Advertisement -

ବେଦାନ୍ତ ଲିମିଟେଡ ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ, ଖଣିଜ ବିଭାଗ ମୁଖ୍ୟ ଵିଭୂଦେନ୍ଦୁ ପଣ୍ଡା, ମନ୍ଦିର ପୁଜା କମିଟି ତରଫରୁ ପ୍ରଣବ ଖମେରବାର, ସୁର୍ୟ୍ଯ ନାରାୟଣ ପାଣିଗ୍ରାହୀ, ସୌମ୍ୟା କୁମାରୀ, ସୁପ୍ରିୟା ପାଣ୍ଡେ, ଭଗବାନ ହୋତା, ହେମଲତା ଆଚାରି, ବିନୋଦ ରଥ, ସମରେଶ ମିଶ୍ର, ଶୁଭେନ୍ଦୁ ପଣ୍ଡା, ଅବନ୍ତିକା ଚୌରାସିଆ , ରଘୁ ନନ୍ଦନ ପ୍ରଧାନ, ଜିତୁକୃଷ୍ଣ ପ୍ରଧାନ ସମେତ ବେଦାନ୍ତର ସମସ୍ତ କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
ଏଠାରେ ସୂଚନା ଯୋଗ୍ୟ ଯେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ୧୫ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇ ୧୯ ତାରିଖ ରବିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I ଏହି କାର୍ଯକ୍ରମ ଉପଲକ୍ଷେ ବୁଧବାର ପ୍ରଥମ ଦିନରେ ଦୀକ୍ଷା ଗ୍ରହଣ, ମଙ୍ଗଳାରୋପଣ, ମଣ୍ଡଳ କରଣ, ଅଙ୍କୁର ରୋପଣ କାର୍ଯ୍ୟକ୍ରମ ୧ ଘଣ୍ଟା ୩୦ ମିନିଟ ସମୟରେ ଅନୁଷ୍ଠିତ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories