ମିଳିଲା ପାରୋଲ ; ପୁଅର ବିବାହ ଉତ୍ସବରେ ଯୋଗଦେବେ ଲାଲୁ

0

ରାଞ୍ଚି : ପୁଅ ତେଜ ପ୍ରତାପଙ୍କ ବିବାହରେ ଯୋଗ ଦେବା ନିମନ୍ତେ ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ଦିନ ପାରୋଲ ମିଳିଥିବା ଜଣାପଡିଛି। ଆସନ୍ତା ୧୨ ତାରିଖ ଶନିବାର ତେଜ ପ୍ରତାପଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେଉଛି । ତେଣୁ ପୁଅ  ବିବାହରେ ଯୋଗ ଦେବା ନିମନ୍ତେ ପାଞ୍ଚ ଦିନ ପାରୋଲରେ ଯିବା ପାଇଁ ଲାଲୁ  ଆବେଦନ କରିଥିଲେ।

ତେଜ ପ୍ରତାପଙ୍କ ନିର୍ବନ୍ଧ

ଗୋଖଦ୍ୟ ଦୁର୍ନୀତି ମାମଲାରେ ସେ ୧୪ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଭୋଗୁଛନ୍ତି। ତେବେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ସେ ରାଞ୍ଚିର ରାଜେନ୍ଦ୍ର ମେଡିକାଲ ପ୍ରତିଷ୍ଠାନ ବା ରିମ୍ସରେ ଚିକିିତ୍ସିତ ହେଉଛନ୍ତି। ସେ ରକ୍ତ ଶର୍କରା ଏବଂ କିଡନୀ ଜନିତ ରୋଗରେ ପୀଡିତ ଅଛନ୍ତି । ତାଙ୍କର ଶର୍କରା ପରିମାଣ ନିୟନ୍ତ୍ରଣ ହେଉ ନାହିଁ ।  ଦିଲ୍ଳୀ ଏମ୍ସରୁ ଆସିବା ପରେ ଲାଲୁ ଏବେ ରାଞ୍ଚି ସ୍ଥିତ ରିମ୍ସ ହସ୍ପିଟାଲରେ ଚିକିିତ୍ସିତ ହେଉଛନ୍ତି । ପାରୋଲ ମିଳିବା ପରେ ଲାଲୁ ବେଶ ଖୁସି ଥିବା ଜଣାପଡିଛି।

 

Leave A Reply