ତ୍ୟାଗପୂତ ଆଧ୍ୟାତ୍ମିକ ସେବା ମାଧ୍ୟମରେ ବିଶ୍ୱ କଲ୍ୟାଣ ସମ୍ଭବ

କେନ୍ଦୁଝରଗଡ : ପୁରୁଣାବଜାରସ୍ଥିତ ନିର୍ମାଣାଧିନ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ କେନ୍ଦୁଝର ଶାଖା ପକ୍ଷରୁ ସୋମବାର ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଇଂରାଜୀ ନବବର୍ଷ-୨୦୨୪ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସମଗ୍ର ମାନବ ସମାଜର କଲ୍ୟାଣ କାମନା କରିଥିଲେ।

ଜିଲାପରିଷଦ ସଭାପତି ସାଗରିକା ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂତନ ବର୍ଷ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ସମୃଦ୍ଧି ଓ ଶାନ୍ତି ଆଣିଦେଉ ବୋଲି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ରାମରାଇ ମୁନ୍ଦୁୟା, ନରଣପୁର ପାୱାଗ୍ରୀଡ ବରିଷ୍ଠ ମହାପ୍ରବନ୍ଧକ ଶ୍ୟାମଲ ବାଲା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୨୦୨୪ ବିଶ୍ୱ କଲ୍ୟାଣ ହେଉ ବୋଲି ଶୁଭ କାମନା କରିଥିଲେ। କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ବିନ୍ଦୁ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ନବବର୍ଷର ଶୁଭକାମନା ଜ୍ଞାପନ କରି ତ୍ୟାଗପୂତ ଆଧ୍ୟାତ୍ମିକ ସେବା ଦ୍ୱାରା ବିଶ୍ୱର କଲ୍ୟାଣ ସାଧନା ଦିଗରେ ମାନବସମାଜ ବ୍ରତୀ ହେବାକୁ ବାର୍ତ୍ତା ପ୍ରଦାନ କରିଥିଲେ।

ମୁକୁନା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ତଥା ବ୍ରହ୍ମାକୁମାରୀ ଜୟନ୍ତୀ ସଭା ପରିଚାଳନା କରିବା ଅବସରରେ ଉପସ୍ଥିତ ଭାଇଭଉଣୀଙ୍କୁ ପରତ୍ମାଙ୍କ ସ୍ମୃତିରେ ନବବର୍ଷ ନିମନ୍ତେ ଶୁଭସଙ୍କଳ୍ପ କରାଇଥିଲେ। ନରଣପୁର ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ମିନତୀ କାର୍ଯ୍ୟକ୍ରମରେ ଯୋଗଦେଇ ସାମ୍ପ୍ରତିକସ୍ଥିତିରେ ଆଧ୍ୟାତ୍ମିକ ଜ୍ଞାନ ତଥା ରାଜଯୋର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ ଅତିଥିଗଣ ଉପସ୍ଥିତ ଜନସାଧାରଣଙ୍କୁ ନବବର୍ଷର ଶୁଭେଛା ଜଣାଇବା ସହ ବିଶ୍ୱର ମଙ୍ଗଳ କାମନା ପୂର୍ବକ ଶୁଭ ବାର୍ତ୍ତା ପ୍ରଦାନ କରିଥିଲେ। ଶେଷରେ ବରଦାନୀ ବୃକ୍ଷରୁ ଫଳପ୍ରାପ୍ତି କରି ସମସ୍ତେ ବ୍ରହ୍ମାଭୋଜନରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ କୁନୀ କୁନୀ ଭାଇଉଭଣୀ ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବ୍ରହ୍ମାକୁମାରୀ ପ୍ରତିଭା, ମିନତୀ, ସୌଦାମିନୀ, ସଞ୍ଜୁ, ପ୍ରତିଭା, ପ୍ରିୟଙ୍କା, ମିକୁ, ବିନତା, ସ୍ୱାତୀ, ସରୋଜିନୀ, ମାନସୀ, ଅନୁ, ରୁନୁ ଓ ଗାୟତ୍ରୀ ଏବଂ ବ୍ରହ୍ମାକୁମାର ଲୋକନାଥ, ଅକ୍ଷୟ, ସତ୍ୟାନନ୍ଦ, ପିତବାସ, ରାଜ, ଝରିଲାଲ, ବିଷ୍ଣୁ, ଘନଶ୍ୟାମ, ଜଗବନ୍ଧୁ, ଜିଲାପରିଷଦ ସଦସ୍ୟ ରଥ ମୁଣ୍ଡା, ଲୋକନାଥ, ଟୁକୁନା ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ବ୍ରହ୍ମାକୁମାର କୁଳମଣୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.